ଇସ୍ରାଏଲ-ହମାସ ଯୁଦ୍ଧରେ କାନପୁରର ଚମଡା ବ୍ୟବସାୟରେ ପଡିବ ପ୍ରଭାବ, ପାଣିରେ ପଡିବ ୧୫୦କୋଟି ଟଙ୍କାର ବ୍ୟବସାୟ

କାନପୁର,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସପ୍ତାହେ ବିତିଥିବାବେଳେ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରି ନର ସଂହାର ରଚିବାରେ ଲାଗିଛି। ତେବେ ଯୁଦ୍ଧ ଯୋଗୁ ଇସ୍ରାଏଲର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିବାର ସମ୍ଭାବନା ରହିଛି। ସେହିପରି ଏହା ଉତ୍ତରପ୍ରଦେଶ କାନପୁରର ଚମଡ଼ା ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି। ସହରରେ ପ୍ରାୟ ୧୫୦କୋଟି ଟଙ୍କା ରପ୍ତାନି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଏହାଦ୍ୱାରା କାନପୁରର ଚମଡ଼ା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇପାରେ। ପରିସ୍ଥିତିକୁ ଦେଖି ସହରର ସମସ୍ତ ଚମଡ଼ା ରପ୍ତାନିକାରୀ ବିକଳ୍ପ ରାସ୍ତା ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ହଠାତ୍‌ ପରିବର୍ତ୍ତିତ ବୈଶିକ ପରିସ୍ଥିତି ଯୋଗୁ ଖ୍ରୀଷ୍ଟମାସ ଅବସରରେ ବିଶ୍ୱ ବଜାର ପ୍ରଭାବିତ ହେବ ବୋଲି ଚମଡା ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।

ପ୍ରାୟ ୧୦୦୦କୋଟିରୁ ଅଧିକ କ୍ଷତି ହୋଇପାରେ ବୋଲି ବ୍ୟବସାୟୀମାନେ ଚିନ୍ତାରେ ଅଛନ୍ତି। ଉତ୍ତରପ୍ରଦେଶର କାନପୁର ଚମଡ଼ା ଶିଳ୍ପ ପାଇଁ ଜଣାଶୁଣା। ଏଠାରୁ ଚମଡା ବୁଟ, ଜୋତା, ବ୍ୟାଗ ଏବଂ ଅନ୍ୟାନ୍ୟ ଚମଡ଼ା ସାମଗ୍ରୀ ବହୁ ପରିମାଣରେ ଉତ୍ପାଦିତ ହୋଇ ସାରା ବିଶ୍ୱରେ ରପ୍ତାନି ହୁଏ।ଏଥିରେ ଛଅରୁ ଆଠ ଶହ କୋଟି ମୂଲ୍ୟର ସାମଗ୍ରୀ କେବଳ ଇସ୍ରାଏଲକୁ ପଠାଯାଇଥାଏ। ଏହି ବର୍ଷ ମଧ୍ୟ ଆଠ ଶହ କୋଟିରୁ ଅଧିକ ରପ୍ତାନୀ ହୋଇଥା’ନ୍ତା।

ସାମ୍ପ୍ରତିକ ପରିସ୍ଥିତିରେ, ସେଠାରେ ଥିବା ବ୍ୟବସାୟୀମାନେ ସାମଗ୍ରୀ ଅର୍ଡର କରିବାକୁ ଦୂରେଇ ଯାଉଛନ୍ତି କିମ୍ବା ଅର୍ଡର ବାତିଲ କରୁଛନ୍ତି। ରପ୍ତାନିକାରୀଙ୍କ କହିବାନୁସାରେ, ଯଦି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରି ରହେ ତେବେ ଚମଡା ବ୍ୟବସାୟ ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri