Posted inରାଜ୍ୟ

କୋରାପୁଟରେ ପୁଣି ବଳଦ ଦଣ୍ଡ: ପ୍ରେମ ବିବାହ ପରେ ଯୁବକ-ଯୁବତୀଙ୍କୁ ଅମାନବୀୟ ଶାସ୍ତି

କୋରାପୁଟ,୧୩ା୭(ଅମିତାଭ ବେହେରା /ରାଜ କିଶର ଯେନା ): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ପରେ କୋରାପୁଟ ଜିଲାରେ ଦେଖିବାକୁ ମିଳିଛି ଗାଁ ଦାଣ୍ଡରେ ବଳଦ ଦଣ୍ଡ। ଭାଇ ଭ‌ଉଣି ସମ୍ପର୍କରେ ମଧ୍ୟରେ ପ୍ରେମ ସମ୍ପର୍କ ରଖିଥିବାରୁ ଯୁବକ ଯୁବତୀଙ୍କୁ ଦିଆଗଲା ଦଣ୍ଡ। ଗାଁ ଦାଣ୍ଡରେ ଉଭୟଙ୍କୁ ଜୁଆଳି ବାନ୍ଧି ହଳ କରାଇଛନ୍ତି ଗ୍ରାମବାସୀ। ପରେ ଉଭୟଙ୍କୁ ଶୁଦ୍ଧି କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲାର ନାରାୟଣପାଟଣା ବ୍ଳକ୍ ବରଗି ପଞ୍ଚାୟତ ପେଦାଇଟିକି ଗ୍ରାମରେ ଘଟିଯାଇଛି।

ରାୟଗଡ଼ା ଜିଲାରେ ସମାନ ଘଟଣା ସାମ୍ନାକୁ ଆସିଲା ପରେ କୋରାପୁଟ ଜିଲ୍ଲାର ଏହି ଭିଡିଓ ଭାଇରାଲ ହୋଇଛି। ପ୍ରାଥମିକ ସୂଚନାରୁ ଘଟଣା କିଛି ଦିନ ତଳେ ଘଟିଥିବା ଜଣାପଡିଛି। ଗ୍ରାମରେ ଜଣେ ଯୁବକ ନିଜ ସମ୍ପର୍କୀୟ ଭ‌ଉଣୀ ସହ ପ୍ରେମ ସମ୍ପର୍କ ରଖି ଧରା ପଡିବା ପରେ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥିବା ଜଣାପଡିଛି। ପ୍ରଥା ପାଳନ କରିବାକୁ ଯାଇ ଅମାନବୀୟ କାର୍ଯ୍ୟ କରୁଛି ଯାହାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି। ପେଦା ଇଟିକି ଗ୍ରାମର ପୁଅ ନରି ପଡ଼ିକା ଝିଅ ଆସ ପଡ଼ିକା ପେଡା ଇଟିକି ଗ୍ରାମର ବୋଲି ସୂଚନା ମିଳିଛି।

ଦୁହେଁ ଦୀର୍ଘ ଦିନ ଧରି ଭଲ ପାଇଁ ବାହା ହୋଈ ବାହାର ପଳାଇ ଥିଲେ ସେମାଙ୍କୁ ନୀଜର ବନ୍ଧୁ ବାନ୍ଧବ ଡକେଇଥିଲେ ପରେ ଗାଁକୁ ଆସିବା ପରେ ଗାଁ ମଝୀରେ ସମସ୍ତଙ୍କ ଉପସ୍ଥିତ ରେ ଉଭୟଙ୍କୁ ଜୁଆଡ଼ି ପକାଇ ହଳ କରୁଥୁବା ଚିତ୍ର ସାମ୍ନକୁ ଆସିଛି। ଏପରି ଘଟଣା ଚାଲୁଥିବାବେଳେ କିଛି ଯୁବବର୍ଗ ମୋବାଇଲରେ ଭିଡିଓ ଉଠାଇ ଏହାର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଆଧୁନିକତାର ସ୍ପର୍ଶରେ ଆଜି ମଣିଷ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରୁଥିବାବେଳେ ଆଜି ବି କେତକ ଗ୍ରାମରେ ପାରମ୍ପରିକ ପ୍ରଥା ବଳଦ ଦଣ୍ଡ ଚାଲି ଆସିଛି। ତାହା ଯୁବବର୍ଗ ପାଇଁ ଅଡୁଆରେ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri