Posted inଜାତୀୟ

ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୋତେ ଲାଗୁଛି ଏବେ ମୋ ଫିଲ୍ମ ଏମରଜେନ୍ସିର ନାଁ ବଦଳେଇଦେବା ଉଚିତ୍‌ ହେବ।

ଏମରଜେନ୍ସିରୁ ନାଁ ପରିବର୍ତ୍ତନ କରି ‘ନୋ ଓ୍ବାନ କିଲ୍ଡ ଇନ୍ଦିରା ଗାନ୍ଧୀ’ ରଖିବା ଠିକ୍‌ ହେବ। ମୋତେ ବିରୋଧ କରୁଥିବା ସଂଗଠନ ସହ କଥାବାର୍ତ୍ତା ନ କରାଇ ସେନ୍ସର ବୋର୍ଡ ଫିଲ୍ମରେ ରୋକ୍‌ ଲଗାଇଛନ୍ତି। ଏହା ମୋତେ ନିରାଶ କରିଛି। ପ୍ରଥମେ ମୋ ଫିଲ୍ମ ରିଲିଜ ପାଇଁ ସେନ୍ସର ବୋର୍ଡ ଅନୁମତି ଦେଇଥିଲା। ବର୍ତ୍ତମାନ ଏହାକୁ ରୋକ୍‌ ଲଗାଇଛନ୍ତି। ଏଥିପାଇଁ କୌଣସି ଯୁକ୍ତି ଦିଆଯାଇ ନାହିଁ। ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ। ଯଦି ଫିଲ୍ମର କୌଣସି ଦୃଶ୍ୟ ଭିତ୍ତିହୀନ ଥାଏ ଏହାକୁ ଫିଲ୍ମରୁ ହଟାଇ ଦିଆଯିବ, କିନ୍ତୁ ଅନ୍ତତ ପକ୍ଷେ ଏହା ଉପର ଆଲୋଚନା କରନ୍ତୁ ବୋଲି କଙ୍ଗନା ଯୁକ୍ତି ବାଢିଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ କଙ୍ଗନା କହିଛନ୍ତି, ସରକାର ଆମ ଲୋକଙ୍କ ପାଇଁ କାମ କରେ। ସରକାର ଆମ ପାଇଁ କାମ କରେ ନାହିଁ। ବ୍ୟକ୍ତିଗତ କାମ ପାଇଁ ଭାଜପାର କେହି ଫୋନ ଉଠାନ୍ତି ନାହିଁ, ଏହା ହେଉଛି ଭାଜପାର ସତ୍ୟତା। ଫିଲ୍ମ ସମ୍ପର୍କରେ ସରକାରଙ୍କ ସମର୍ଥନ ନ ପାଇ ସେ ଆହୁରି କହିଛନ୍ତି, ଫିଲ୍ମ କାହା ଉପରେ ନିର୍ମିତ ହୋଇଛି ତାହା ଦେଖନ୍ତୁ। ଲୋକମାନେ ଏହା ମଧ୍ୟ ବୁଝିବା ଉଚିତ ଯେ କଶ୍ମୀର ଫାଇଲ କୌଣସି ଦଳର ଏଜେଣ୍ଡା ପାଇଁ ନୁହେଁ, ଏହା ଜାତୀୟତା ପାଇଁ ଥିଲା। ଏପର୍ଯ୍ୟନ୍ତ ଏମରଜେନ୍ସି ଫିଲ୍ମ ଦେଖିବା ପାଇଁ ମୋ ପାର୍ଟିରୁ କେହି ଦାବି କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri