ଆମିରଙ୍କୁ ବିଚାରା ବୋଲି କହିଲେ କଙ୍ଗନା, ନେଉନାହାନ୍ତି ଦୀପିକାଙ୍କ ନାଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ତାଙ୍କ ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ କଙ୍ଗନା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ । କଙ୍ଗନା ମୁମ୍ବାଇରେ ତାଙ୍କ ବୁକ ଲଞ୍ଚ ଇମେଣ୍ଟରେ ଆମିର ଖାଁ ଓ ଲେଖିକା ଶୋଭା ଦେଙ୍କ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଉଭୟ କଳାକାର ଚର୍ଚ୍ଚା କରୁଛନ୍ତି ଯେ ତାଙ୍କ ବାୟୋପିକରେ ଲେଖକ ଭୂମିକା କିଏ କରିବ । ଏହାର ଜବାବରେ ଆମିର ଖାଁ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟଙ୍କ ନାଁ ନେଇ କହୁଛନ୍ତି, ତାଙ୍କ ମୁଣ୍ଡରେ ଏମାନେ ସବୁଠାରୁ ଆଗରେ ରହିଛନ୍ତି । ଏହି ଉତ୍ତର ଶୁଣିବା ପରେ ଶୋଭା ଦେ ଆମିରଙ୍କୁ ଅଧାରୁ ଅଟକାଇ ଦେଇ କହୁଛନ୍ତି, ସେ କଙ୍ଗନାଙ୍କୁ ଭୁଲି ଯାଉଛନ୍ତି, କାରଣ ତାଙ୍କ ମତରେ ତାଙ୍କ ଚରିତ୍ରକୁ ପରଦାରେ ଫୁଟାଇବାରେ କଙ୍ଗନା ଭଲ କଳାକାର ହେବେ । କାରଣ ତାଙ୍କ ପାଖରେ ସେହିଭଳି ‘ପାଗଲପନ’ ରହିଛି ଯାହା ଚରିତ୍ର ଆବଶ୍ୟକ କରୁଛି ।
ଶୋଭାଙ୍କ ମୁହଁରୁ କଙ୍ଗନାଙ୍କ ନାଁ ଶୁଣିବା ପରେ ଆମିର କହୁଛନ୍ତି, ହଁ ସେ ବି ଏହି ଚରିତ୍ରକୁ ଭଲ ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିବେ । କଙ୍ଗନା ଏହାକୁ ଜଷ୍ଟିଶ ଦେଇପାରିବେ । ସେ ଜଣେ ବଳିଷ୍ଠ ଅଭିନେତ୍ରୀ, ସେ ବହୁମୁଖୀ ପ୍ରତିଭା । ଶୋଭା ଦେ କହିଥିଲେ ଥାଲାଇଭିରେ କଙ୍ଗନାଙ୍କ କାମ ତାଙ୍କୁ ଖୁବ୍ ପସନ୍ଦ ଆସିଛି । ତେବେ ଆମିରଙ୍କ ଏହି କଥାକୁ କଙ୍ଗନା ହଜମ କରି ପାରିନାହାନ୍ତି । ଟୁଇଟ କରି ଏହାର ଜବାବ ଦେବାକୁ ଯାଇ ଆମିରଙ୍କୁ କଙ୍ଗନା କହିଛନ୍ତି ବିଚାରା । କଙ୍ଗନା ଲେଖିଛନ୍ତି, ତାଙ୍କ ନାଁ ନ ନେବାକୁ ଆମିର ଯେତେ ଚେଷ୍ଟା କଲେ ବି ପାରିଲେ ନାହିଁ । ସେ ବୋଧହୁଏ ଭୁଲିଯାଇଥିଲେ, ଯେ ମୁଁ ହେଉଛି ସେହି ଅଭିନେତ୍ରୀ ଯିଏ ୩ ଥର ରାଷ୍ଟ୍ରୀୟ ପୁରସ୍କାର ବିଜୟିନି ହୋଇଛି । କଙ୍ଗନା ଆହୁରି ମଧ୍ୟ ଦୀପିକା ଓ ଆଲିଆଙ୍କ ଆଡକୁ ଇସାରା କରି କହିଛନ୍ତି, ଯେଉଁ ଅଭିନେତ୍ରୀଙ୍କ କଥା ସେ ଉଲ୍ଲେଖ କଲେ ସେମାନଙ୍କ ମଧ୍ୟରୁ ଜଣେବି ନୁହନ୍ତି ।
ଆଉ ଏକ ଟୁଇଟରେ କଙ୍ଗନା ଶୋଭା ଦେଙ୍କ ପ୍ରଶଂସା କରିଛନ୍ତି । କଙ୍ଗନା କହିଛନ୍ତି ମୋ ପରିଶ୍ରମର ମୂଲ୍ୟ ବୁଝିଛନ୍ତି ଓ ପରଖିଛନ୍ତି ଦେ । ଏହାସହ ତାଙ୍କ ନୂଆ ପୁସ୍ତକ ପାଇଁ ଶୁଭକାମନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri