Posted inଖେଳ

ଟଙ୍କା ପାଇଁ ନ୍ୟୁଜିଲାଣ୍ଡର ହାତ ଛାଡ଼ି ଦେଲେ କେନ୍‌ ଓ୍ବିଲିୟମସନ, ଆଉ ଜଣେ… 

ନୂଆଦିଲ୍ଲୀ,୮।୭: ନ୍ୟୁଜିଲାଣ୍ଡ ଜୁଲାଇ ୩୦ରୁ ଜିମ୍ବାୱେ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ତାର ଦଳ ଘୋଷଣା କରିଛି। ଦଳରେ ଅନେକ ଖେଳାଳିଙ୍କୁ ସାମିଲ କରାଯାଇଛି। କିନ୍ତୁ ଏହି ତାଲିକାରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କ ନାମ ନାହିଁ। ସେ ନିଜକୁ ଟେଷ୍ଟ ସିରିଜରୁ ଦୂରେଇ ରଖିଛନ୍ତି। କେବଳ ଏତିକି ନୁହେଁ, ମାଇକେଲ ବ୍ରେସୱେଲ ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି ଯେ ସେ ଏହି ସିରିଜରେ ଅଂଶଗ୍ରହଣ କରିବେ ନାହିଁ। ୱିଲିୟମସନଙ୍କ ବିଷୟରେ କହିବାକୁ ଗଲେ, ସେ ଟି୨୦ ବ୍ଲାଷ୍ଟରେ ମିଡିଲସେକ୍ସ ସହିତ ଏକ ଚୁକ୍ତି କରିଛନ୍ତି ଏବଂ ଏହା ପରେ ସେ ଦି ହଣ୍ଡରେଡ ଟୁର୍ଣ୍ଣାମେଣ୍ଟରେ ସେଲଣ୍ଡନ ସ୍ପିରିଟ ଦଳ ପାଇଁ ଖେଳିବେ।
ବ୍ରେସୱେଲ ବିଷୟରେ କହିବାକୁ ଗଲେ, ସେ ନିଜକୁ ଅନୁପସ୍ଥିତ ରଖିଛନ୍ତି। ମାଇକେଲ ବ୍ରେସୱେଲ ବର୍ତ୍ତମାନ ମେଜର ଲିଗ କ୍ରିକେଟରେ ଅଂଶଗ୍ରହଣ କରୁଛନ୍ତି ଏବଂ ତା’ପରେ ସେ ଦି ହଣ୍ଡରେଡ ଟୁର୍ଣ୍ଣାମେଣ୍ଟରେ ସାଉଦର୍ଣ୍ଣ ବ୍ରେଭସ ପାଇଁ ଖେଳିବେ। ନ୍ୟୁଜିଲାଣ୍ଡ ମୁଖ୍ୟ ପ୍ରଶିକ୍ଷକ ରବ ୱାଲ୍ଟର କହିଛନ୍ତି, ’ଆମେ କେନ ଏବଂ ବ୍ରେସୱେଲ୍‌୍‌ଙ୍କୁ ନ୍ୟୁଜିଲାଣ୍ଡ ଦଳରେ ଚାହୁଁଥିଲୁ। କିନ୍ତୁ ସେମାନେ ଏହି ଗସ୍ତ ବିଷୟରେ ନ୍ୟୁଜିଲାଣ୍ଡ କ୍ରିକେଟ ସହିତ କଥା ହୋଇସାରିଛନ୍ତି। ଏହି ଦୁଇ ଖେଳାଳି ନ ଖେଳିବା ଯୋଗୁ ଦଳ ନିଶ୍ଚିତ ଭାବରେ କିଛି ଅସୁବିଧାର ସମ୍ମୁଖୀନ ହେବ।’ ମ୍ୟାଟ ହେନରୀ, ମ୍ୟାଟ ଫିସର ଏବଂ ଜାକବ ଡଫିଙ୍କୁ ଦଳରେ ସ୍ଥାନ ମିଳିଛି। ମ୍ୟାଟ ଫିସରଙ୍କୁ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳରେ ସ୍ଥାନ ମିଳିଛି।
ନ୍ୟୁଜିଲାଣ୍ଡ ଦଳ:
ଟମ ଲାଥାମ (ଅଧିନାୟକ), ଟମ ବ୍ଲଣ୍ଡେଲ (ୱିକେଟକିପର), ଡେଭନ କନୱେ, ଜାକବ ଡଫି, ମ୍ୟାଟ ଫିସର, ମ୍ୟାଟ ହେନରୀ, ଡାରିଲ ମିଚେଲ, ହେନରି ନିକୋଲ୍ସ, ୱିଲିୟମ ଓ’ରୌର୍କେ, ଅଜାଜ ପଟେଲ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର, ନାଥନ ସ୍ମିଥ, ୱିଲ ୟଙ୍ଗ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri