କନ୍ଧମାଳ ହଳଦୀ ଦର ବୃଦ୍ଧି, ଚାଷୀ ଉତ୍ସାହିତ

ରାଇକିଆ,୧୦।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲାର ସବୁଠାରୁ ଅର୍ଥକାରୀ ଫସଲ ହଳଦୀ ଦର ଏବେ ବୃଦ୍ଧି ହୋଇଛି। ଏବେ କିଲୋ ପ୍ରତି ୧୩୦ ଟଙ୍କା ରହିଛି ହଳଦୀ ଦର। ଶେଷ ଥର ପାଇଁ ୨୦୦୯-୧୦ରେ ହଳଦୀ ଦର ୧୫୦ ଛୁଇଁ ଥିଲା। ଏକଦା ଜିଲାରେ ସର୍ବାଧିକ ଚାଷ କରାଯାଉଥିବା ହଳଦୀ ଦର କ୍ରମାଗତ ହ୍ରାସ ଯୋଗୁ ଦିନକୁ ଦିନ ଏହି ଚାଷରୁ ମୁଁହ ଫେରାଇଥିଲେ ଚାଷୀ ।

ଚାଷୀ ହଳଦୀ ଛାଡ଼ି ବିଭିନ୍ନ ପନିପରିବା ଚାଷ ପ୍ରତି ଆକର୍ଷିତ ହୋଇଥିଲେ । ପରିସ୍ଥିତି ଏପରି ଉପୁଜିଥିଲା ଜିଆଇ ମାନ୍ୟତା ପ୍ରାପ୍ତ ପ୍ରସିଦ୍ଧ କନ୍ଧମାଳ ହଳଦୀର କିଲୋ ପ୍ରତି ଦର ୪୦କୁ ଖସି ଆସିଥିଲା । ଜୁନରୁ ମାର୍ଚ୍ଚ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଉତ୍ପାଦନ ପରେ ବ୍ୟବସାୟୀଙ୍କ ପାଖରେ ପହଞ୍ଚିଲା ବେଳେ ବହୁତ କମ ଦରରେ ବିକ୍ରୀ କରୁଥିଲେ ଚାଷୀ । ଗତ ଦୁଇ ବର୍ଷ ହେଲା ହଳଦୀ ଦର ସାମାନ୍ୟ ଉପର ମୁହାଁ ହୋଇଥିଲା । ପ୍ରଥମେ୫୦ ରୁ ୬୦ ଟଙ୍କାରେ ବିକ୍ରି ହୋଇଥିଲା ।

ପରବର୍ତ୍ତୀ ସମୟରେ ୭୦ରୁ ଊଦ୍ଦର୍‌ବ ମଧ୍ୟ ଛୁଇଁଥିଲା ଏହାର ଦର । ଚଳିତ ବର୍ଷ ୧୩୦ ଟଙ୍କାରେ ପହଞ୍ଚିଛି ହଳଦୀ । ହେଲେ ୧୫ବର୍ଷ ହେଲା ଉଚିତ ଦରରେ ବିକ୍ରି ନ ହେବା ଯୋଗୁ ଏହି ଚାଷରୁ ଦୂରେଇ ଯାଇଛନ୍ତି ଚାଷୀ । ମୁରୁଡିକୁପୁଡ଼ା ଅଞ୍ଚଳର ଚାଷୀ ବରଦତ ଦିଗାଲ କୁହନ୍ତି, ପୂର୍ବରୁ ହଳଦୀ ଚାଷ କରୁଥିଲୁ । କିନ୍ତୁ କିଛି ବର୍ଷ ହେଲା ଦର ହ୍ରାସ ଯୋଗୁ କ୍ଷତି ସହିଥିଲୁ। ଫଳରେ ଏହି ଚାଷ ଛାଡ଼ିବାକୁ ବାଧ୍ୟ ହେଲୁ । ଏହାର ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ବର୍ଷ ତମାମ ପରିଶ୍ରମ କରିବାକୁ ପଡ଼ିଥାଏ। ସେହି ତୁଳନାରେ କମ୍‌ ଦରକୁ ଖସି ଆସିଥିଲା ହଳଦୀ ଦର । ଏବେ ଭଲ ରେଟ୍‌ ଅଛି । ଏହି ପରି ଯଦି ଆଗକୁ ଦର ସ୍ଥିର ରହିବ ନିଶ୍ଚିତ ଭାବେ ଲୋକେ ଏହି ଚାଷ ପ୍ରତି ପୁଣି ମନ ବଳାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri