ନୀତିନ ଗଡକରୀଙ୍କ ଠାରୁ ୩ଗୁଣ ଅଧିକ ଧନୀ ସ୍ତ୍ରୀ କାଞ୍ଚନ, ରହିଛି ଏତେ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ନାଗପୁର ଲୋକ ସଭା ଆସନରୁ ଭାଜପା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟିକେଟ୍‌ ଦେଇଛି। ଗଡକରୀ ନାଗପୁର ୨ ୨ଥର ଏମପି ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନ ପାଇଁ ସେ ନିଜର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ତାଙ୍କ ନାମାଙ୍କନ ପତ୍ର ଅନୁସାରେ ତାଙ୍କଠାରୁ ତାଙ୍କ ସ୍ତ୍ରୀ କାଞ୍ଚନ ଗଡକରୀଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ନୀତିନଙ୍କ ସମେତ ତାଙ୍କ ପରିବାର ପାଖରେ ମୋଟ ୨୮ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଗଡକରୀଙ୍କ ଅନୁସାରେ ୨୦୨୨-୨୩ରେ ତାଙ୍କ ବାର୍ଷିକ ଆୟ ୧୩ଲକ୍ଷ ୮୪ହଜାର ଟଙ୍କା ଥିଲା। ଯେତେବେଳେ କି ତାଙ୍କ ସ୍ତ୍ରୀଙ୍କ ବାର୍ଷିକ ଆୟ ୪୦ଲକ୍ଷ ୬୨ହଜାର ଟଙ୍କା। ନୀତିନଙ୍କ ପାଖରେ ୧୨ ହଜାର ୩୦୦ ନଗଦ ଟଙ୍କା ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ୧୪ହଜାର ୭୫୦ ନଗଦ ଟଙ୍କା ରହିଛି। ଦାଖଲ କରିଥିବା ସତ୍ୟପାଠ ଅନୁସାରେ ଗଡକରୀଙ୍କ ୨୧ଟି ବ୍ୟାଙ୍କ ଖାତାରେ ୪୯ଲକ୍ଷ ୬ହଜାର ଟଙ୍କା ଜମା ରହିଛି। ଆଉ କାଞ୍ଚନଙ୍କ ବ୍ୟାଙ୍କ ଖାତାରେ ୧୬ଲକ୍ଷ ୩ହଜାର ରହିଛି।

ନୀତିନ ଶେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ୩୫ଲକ୍ଷ ୫୫ଟଙ୍କାର ନିବେଶ କରିଥିବାବେଳେ କାଞ୍ଚନ ୨୦ଲକ୍ଷ ୫୧ହଜାର ଟଙ୍କା ନିବେଶ କରିଛନ୍ତି। ଏହି ଦମ୍ପତିଙ୍କ ନାଁରେ ୩-୩ ଟି ବିଳାସପୂର୍ଣ୍ଣ ଗାଡି ରହିଛି। ନୀତିନଙ୍କ ପାଖରେ ଆମ୍ବାସଡର, ହୋଣ୍ଡା ଓ ଇସୁଜୁ ଡି ମ୍ୟାକ୍ସ ଥିବାବେଳେ କାଞ୍ଚନଙ୍କ ନାଁରେ ଇନୋଭା, ମହିନ୍ଦ୍ରା ଓ ଟାଟା ଇଣ୍ଟ୍ରା କାର ରହିଛି।

କାର୍‌ ଭଳି ନୀତିନ ସୁନାର ମଧ୍ୟ ସୌକିନ ଅଟନ୍ତି। ତାଙ୍କ ପାଖରେ ମୋଟ ୪୮୬ ଗ୍ରାମ ସୁନା ରହିଛି। ଯାହାର ମୂଲ୍ୟ ୩୧ଲକ୍ଷ ୮୮ହଜାର ଯଙ୍କା। କାଞ୍ଚନଙ୍କ ପାଖରେ ୩୬୮ ଗ୍ରାମ ସୁନା ଅଳଙ୍କାର ରହିଛି ଯାହାର ଦାମ୍‌ ୨୪ ଲକ୍ଷ ୧୩ହଜାର ଟଙ୍କା। ସେହିପରି ନୀତିନଙ୍କ ପାଖରେ ୧୫.୭୪ ଏକରର ଚାଷଜମି ରହିଛି। ଯାହାର ଦାମ୍‌ ୧କୋଟି ୫୭ ଲକ୍ଷ ଟଙ୍କା। ନାଗପୁର ଓ ମୁମ୍ବାଇକୁ ମିଶାଇ ତାଙ୍କ ପାଖରେ ମୋଟ ୭ଟି ଘର ରହିଛି। । ମୁମ୍ବାଇରେ ଦୁଇଟି କୋଠା ରହିଛି ଯାହାର ଦାମ୍‌ ୪କୋଟି ୭୫ଲକ୍ଷ ଟଙ୍କା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri