ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ପାଟଣେଶ୍ୱରୀ ମହୋତ୍ସବ ଆୟୋଜିତ କରାଯାଇଥିଲା । ବୁଧବାର ଶେଷ ଦିନରେ ପୂର୍ଣ୍ଣାହୁତି ହୋମଯଜ୍ଞ ହୋଇଥିଲା । ହୋମଯଜ୍ଞ ସାମିଲ ହୋଇଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ତାଙ୍କ ଭାଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ।
ହୋମଯଜ୍ଞରେ ଏକାଠି ବସି ରାଜ ପୁରୋହିତଙ୍କ ମାର୍ଗ ଦର୍ଶନରେ ପୂଜା ଅର୍ଚ୍ଚନା କରିଥିଲେ । ଉଭୟ ଭିନ୍ନ ଭିନ୍ନ ଦଳରେ ଥିଲେ ମଧ୍ୟ ଏକାଠି ପୂଜାର୍ଚ୍ଚନା କରିବାର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଭୟ ହୋମରେ ଆହୁତି ଦେବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଯାହାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । କଳିକେଶଙ୍କୁ ନେଇ ବିଜେଡିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ଏକାଠି ହେବା ଏକ ଭିନ୍ନ ମୋଡ ପରି ମନେ ହେଉଛି ।