Posted inଜାତୀୟ

କମଲନାଥଙ୍କ ଉପରେ ପଡିଲା ପରାଜୟର ଖଣ୍ଡା, ଜିତୁ ପଟୱାରୀ ମଧ୍ୟପ୍ରଦେଶର ନୂଆ କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ, ୧୬।୧୨: ମଧ୍ୟପ୍ରଦେଶ କଂଗ୍ରେସରେ ଏକ ବଡ ପରିବର୍ତ୍ତନ ହୋଇଛି। ନିର୍ବାଚନରେ ​​ପରାଜୟ ପରେ କମଲ ନାଥ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇ କମାଣ୍ଡ ଜିତୁ ପଟୱାରୀଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଉମାଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳର ନେତା ଏବଂ ହେମନ୍ତ କାଟାରେଙ୍କୁ ବିରୋଧୀ ଦଳର ଡେପୁଟି ପଦବୀ ମିଳିଛି।

କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିଷ୍ପତ୍ତିକ୍ରମେ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଏଥିରେ ଦଳ ପ୍ରତି କମଲନାଥଙ୍କ ଯୋଗଦାନକୁ ପ୍ରଶଂସା କରାଯାଇଛି। ଏହା ବ୍ୟତୀତ ଛତିଶଗଡରେ ଦଳ ରାଜ୍ୟ ସଭାପତି ଦୀପକ ବୈଜଙ୍କ କାର୍ଯ୍ୟକାଳ ଜାରି ରଖିଛି ଏବଂ ଛତିଶଗଡରେ ଚନ୍ଦ୍ରଦାସ ମହନ୍ତଙ୍କୁ ଦଳ ବିରୋଧୀ ଦଳର ନେତା କରିଛି।

ନିକଟରେ ଶେଷ ହୋଇଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଦଳ କମଲନାଥଙ୍କ ନେତୃତ୍ୱରେ ଲଢ଼ିଥିଲା। ଯେଉଁଥିରେ ଦଳକୁ ବଡ଼ ପରାଜୟ ମିଳିଥିଲା। ଏହି ନିର୍ବାଚନରେ ଭାଜପାକୁ ୨୩୦ ଆସନରୁ ୧୬୩ ଆସନ ମିଳିଥିଲା। ଅନ୍ୟପଟେ କଂଗ୍ରେସ ୬୬ ଆସନରେ ସହିତ ଦ୍ୱିତୀୟ ସ୍ଥାନରେ ରହିଯାଇଥିଲା। ଯେତେବେଲେକି ଭାରତ ଆଦିବାସୀ ପାର୍ଟି ଗୋଟିଏ ଆସନ ଜିତିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆରଏସଏସର ଇନ୍ଦ୍ରେଶ କୁମାର ଭାଜପାକୁ କହିଲେ ଅହଂକାରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୪।୬: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନେତା ଇନ୍ଦ୍ରେଶ କୁମାରଙ୍କ ବିବୃତ୍ତି ଉପରେ କଂଗ୍ରେସ କହିଛି ଯେ ବର୍ତ୍ତମାନ ସେମାନେ ଭାଜପାର ଅହଂକାର ଦେଖୁଛନ୍ତି। ଆରଏସଏସ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଜିତନ ରାମ ମାନ୍‌ଝୀ

ପାଟନା,୧୪।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀ ଏମ୍‌ଏସ୍‌ଏମ୍‌ଇ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ...

ଭାଜପାକୁ ଲାଗିପାରେ ବଡ଼ ଝଟ୍‌କା, ହାତ ଛାଡିଦେବେ ଏମ୍‌ପି: ଟିଏମ୍‌ସିର ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୪।୬: ଏଥର ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି। ତେବେ ଭାଜପା ନେତୃତ୍ୱରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। କ୍ରମାଗତ...

ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ବଜେଟ ୨୦୨୪ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜୁଲାଇ ୨୨ର ସଂସଦରେ ଉପସ୍ଥାପିତ ହେବ। ଏହା ବ୍ୟତୀତ...

ମେଡିକାଲ ଯାଞ୍ଚ୍‌ ବେଳେ ସ୍ତ୍ରୀ ମୋ ପାଖରେ ରହୁ: କୋର୍ଟରେ ଆଉ ଏକ ଆବେଦନ କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୪।୬: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ରାଉସ...

୨୨ ଜୁଲାଇରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ, ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରାମଣ

ନୂଆଦିଲ୍ଲୀ,୧୪।୬: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୨ ରୁ ଅଗଷ୍ଟ ୯ପର୍ଯ୍ୟନ୍ତ ଚାଲିପାରେ। ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ପ୍ରଥମ ଦିନରେ ବଜେଟ ଉପସ୍ଥାପନ କରିପାରନ୍ତି।...

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା:ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

କୋଲକତା,୧୪।୬: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ଶୁକ୍ରବାର ପ୍ରକାଶ...

ଟିଏମସି ଏମପି ୟୁସୁଫ ପଠାନଙ୍କୁ ଝଟ୍‌କା

ଭଦୋଦରା,୧୪।୬: ଗୁଜରାଟରେ ଭାଜପା ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଏମସି ଏମପି ୟୁସୁଫ ପଠାନଙ୍କ ସମସ୍ୟାକୁ ବଢାଇ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri