Posted inଜାତୀୟ

ଲୋକ ସଭା ନିର୍ବାଚନକୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କଲା କମଲ ହାସନଙ୍କ ପାର୍ଟି ଏମଏନଏମ

କୋୟମ୍ବାଟୁର,୨୮।୭: ଅଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦେଶର ରାଷ୍ଟ୍ରୀୟ ଦଳ ସହ ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଯୋରସୋରରେ ଆରମ୍ଭ କରି ଦେଇଛନ୍ତି। ଏଥିରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନଙ୍କ ମକ୍କଲ ନିଧି ମୟମ (ଏମଏନଏମ) ପାର୍ଟିର ନାମ ମଧ୍ୟ ସାମିଲ ହୋଇଯାଇଛି। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଏମଏନଏମ ଦଳ ୧୨ଟି ସମ୍ଭାବ୍ୟ ଲୋକ ସଭା ଆସନ ଚିହ୍ନଟ କରିଛି ଯେଉଁଠାରୁ କମଲ ହାସନଙ୍କ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ।
୨୦୨୪ ନିର୍ବାଚନ ପାଇଁ ନିର୍ବାଚନ ରଣନୀତିର ଏକ ଅଂଶ ଭାବରେ ତାମିଲନାଡୁରେ କମଲ ହାସନଙ୍କ ଏମଏନଏମ ଦଳ ମଧ୍ୟ ଏକ ଅଭିଯାନ ଚଳାଉଛି। ‘ମକ୍କାଲୋଡୁ ମାଇମ’ ନାମକ ଏହି ଅଭିଯାନ ଅଧୀନରେ ଦଳ ସେମାନଙ୍କ ସମସ୍ୟା ସହ ମୁହାଁମୁହିଁ ହୋଇ ଭୋଟରଙ୍କୁ ଜାଣିବାରେ ନିୟୋଜିତ ଅଛି। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଏମଏନଏମ ପାର୍ଟି ଡୋର ଟୁ ଡୋର ଅଭିଯାନ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ତାମିଲନାଡୁର କୋଏମ୍ବାଟୁର ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀରେ ଏମଏନଏମ ନେତା କମଲ ହାସନ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହା ହେଉଛି ସମାନ ବିଧାନସଭା ନିର୍ବାଚନମଣ୍ଡଳୀ ଯେଉଁଠାରୁ କମଲ ହାସନଙ୍କୁ ଗତ ରାଜ୍ୟ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ ହାତରେ ମାତ୍ର ୧% ଭୋଟ ଦେଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଟାଇମ୍ସ ଅଫ ଇଣ୍ଡିଆ ୱେବସାଇଟ ରିପୋର୍ଟ ଅନୁଯାୟୀ କମଲ ହାସନଙ୍କ ଦଳର ଏହି ଡୋର ଟୁ ଡୋର କ୍ୟାମ୍ପେନ ରାଜ୍ୟର ସମସ୍ତ ୨୩୪ ନିର୍ବାଚନମଣ୍ଡଳୀ ଦେଇ ଗତି କରିବ। ଏହା ମାଧ୍ୟମରେ ଦଳ ରାଜ୍ୟ ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରିବ ଏବଂ ଏହାର ସମାଧାନ ହେବା ଆବଶ୍ୟକ। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏହାର ମନିଫେଷ୍ଟୋରେ ଅନ୍ତର୍ଭୁକ୍ତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri