ଦିଗପହଣ୍ଡି,୧୪।୯(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆନୁକୁଲ୍ୟରେ ଦିଗପହଣ୍ଡି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ୩୦ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରାଣୀ ଚିକିତ୍ସାଧିକାରୀ ଡ଼.ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଏବଂ ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼.ଅରବିନ୍ଦ ବେହେରା, ଅତିରିକ୍ତ ବିଡ଼ିଓ ଉମେଶ ସେଠୀ, ବ୍ରହ୍ମପୁର ଏମ୍ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କରାଯିବା ନିମନ୍ତେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁକୁଡ଼ା,ଛେଳି,ମଇଁଷି ଓ ଗୋପାଳନ ସହ ଘାସ ଚାଷ, ଦାନା ପ୍ରସ୍ତୁତି ପାଇଁ ଚିହ୍ନଟ ଚାଷୀ ହିତାଧିକାରୀ ମାନଙ୍କୁ ବିଧାୟକ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସୱାମୀ,ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ , ପ୍ରାଣୀ ଚିକିତ୍ସକ ଡ. ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ,ଡ଼. ଚିତ୍ତରଞ୍ଜନ ପଣ୍ଡା, ପ୍ରାଣୀଧନ ନିରୀକ୍ଷକ କେ . କାମେଶ୍ବର ରେଡ୍ଡୀ ,ବି . ଲକ୍ଷ୍ମୀନାରାୟଣ ରେଡ୍ଡୀ , ପ୍ରମୁଖ ଉପସ୍ଥିତ ଥିଲେ ।


