ଦୀପାବଳି ସୁଦ୍ଧା ୩୩ ନୂଆ ଶୋ’ରୁମ୍‌ ଖୋଲିବ କଲ୍ୟାଣ

ଭୁବନେଶ୍ୱର,୧୧।୧୦: ଚଳିତ ବର୍ଷ ଦୀପାବଳି ସୁଦ୍ଧା ସାରା ଭାରତରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୩୩ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ (ଖୋଲିବ) କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଉକ୍ତ ଶୋ’ରୁମ୍‌ଗୁଡିକ ଅଣ ଦକ୍ଷିଣ ଭାରତୀୟ ଅଞ୍ଚଳଗୁଡ଼ିକରେ ଖୋଲି ସର୍ବଭାରତୀୟ ସ୍ତରରେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ରଖାଯାଇଛି। ଭାରତରେ ବର୍ତ୍ତମାନ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୪ଟି ମଧ୍ୟପ୍ରାଚ୍ୟ ଦେଶରେ କଲ୍ୟାଣ ଜୁଏଲର୍ସର ଉପସ୍ଥିତି ରହିଛି।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଟି.ଏସ୍‌. କଲ୍ୟାଣରମଣ କହିଛନ୍ତି, ସାରା ଦେଶର ପୃଷ୍ଠପୋଷକମାନଙ୍କଠାରୁ କଲ୍ୟାଣ ଜୁଏଲର୍ସ ବ୍ରାଣ୍ଡ୍‌ ଯେଉଁ ଭଲ ପାଇବା ଓ ସମର୍ଥନ ହାସଲ କରିଛି, ତାହାକୁ ନେଇ ମୁଁ ଅତ୍ୟନ୍ତ ଖୁସି। ବ୍ରାଣ୍ଡ୍‌ କଲ୍ୟାଣର ଏହି ମହତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ଯାତ୍ରା ମୋତେ ବେଶ୍‌ ଗର୍ବିତ କରିଥିବା ବେଳେ ଏକ ବୃହତ୍‌ ବ୍ୟବସ୍ଥାରେ ବିପ୍ଳବ ଆଣିବାରେ ଆମେ ଆଗରେ ରହିଛୁ।
ଉଲ୍ଲେଖଯୋଗ୍ୟ,୨୦୨୩ ଅକ୍ଟୋବର ସୁଦ୍ଧା ବିହାର (କିଶନଗଞ୍ଜ, ବେଗୁସରାଇ, ହାଜିପୁର ଓ କଙ୍କରବାଗ୍‌), ହରିୟାଣା (ଫରିଦାବାଦ ଓ ପାନିପତ), ଓଡ଼ିଶାର (ଯାଜପୁର), ପଞ୍ଜାବ (ବର୍ନାଲ ଓ ଚଣ୍ଡିଗଡ଼), ମହାରାଷ୍ଟ୍ର (ସୋଲାପୁର), ଆନ୍ଧ୍ରପ୍ରଦେଶ (ଚିତୋର), ପଶ୍ଚିମବଙ୍ଗ (ପୁରୁଲିଆ) ଉତ୍ତରାଖଣ୍ଡ (କାଶୀପୁର) ଏବଂ ଉତ୍ତରପ୍ରଦେଶ(ମୋରାଦାବାଦ, ମଥୁରା, ଆଲିଗଡ଼, ଆଲମଗଡ଼ ଓ ଜୁଆନପୁର) ଠାରେ ନୂଆ ଶୋ’ରୁମ୍‌ଗୁଡ଼ିକ ଖୋଲାଯିବ। ଏହା ବ୍ୟତୀତ ମୁମ୍ବାଇର (ବାନ୍ଦ୍ରା, ମୁଲୁନ୍ଦ ଓ ଗୋରେଗାଓଁ), କୋଲକାତାର (ବାରାସତ ଓ ବାରାକପର) ଏବଂ ନୂଆଦିଲ୍ଲୀର (ଚାନ୍ଦି ନୀଚୌକ ଓ ଶାହଦରା)ଠାରେ ନୂଆ ଶୋ’ରୁମ୍‌ର ଶୁଭାରମ୍ଭ କରାଯିବ। ଫିଜିଟାଲ୍‌ ମଡେଲକୁ ଅନୁସରଣକରି କଲ୍ୟାଣ ଜୁଏଲର୍ସ ପକ୍ଷରୁ ପ୍ରଥମ ଡିଜିଟାଲ ଗହଣା ପ୍ଲାଟ୍‌ଫର୍ମ କ୍ୟାଣ୍ଡିୟର ୭ନୂଆ ଶୋ’ରୁମ୍‌ ଦୀପାବଳି ପୂର୍ବରୁ ସ୍ଥାପନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?