Posted inଖେଳ

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଲେ ଏହି ୩ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୮: ଚଳିତ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ ତାଲିକା ଘୋଷିତ ହୋଇଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ୍‌ ଅଲ୍‌ରାଉଣ୍ଡର ଜ୍ୟାକ୍‌ କାଲିସ, ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜାହିର ଆବାସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ଲିସା ସାଥଲେକରଙ୍କୁ ସମ୍ମାନଜନକ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନିତ କରାଯାଇଛି। କରୋନା ମହାମାରୀ ଲାଗି ଆଇସିସି ପକ୍ଷରୁ ରବିବାର ଭର୍ଚ୍ୟୁଆଲ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌ ସନ୍‌ ପୋଲକ୍‌, ସୁନୀଲ ଗାଭାସ୍କରେ ମେଲ୍‌ ଜୋନ୍ସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


ସମ୍ମାନ ପାଇବାରେ କାଲିସ ଦକ୍ଷିଣ ଆଫ୍ରିକାର ୪ର୍ଥ କ୍ରିକେଟର୍‌ ହୋଇଛନ୍ତି। ବିଶ୍ୱ କ୍ରିକେଟ୍‌ ଇତିହାସରେ କାଲିସ ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ମାନ୍ୟତା ଲାଭ କରିଛନ୍ତି। କ୍ରିକେଟ୍‌ ଇତିହାସରେ ଏକମାତ୍ର ଖେଳାଳି ଭାବେ ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟ୍‌ରେ ୧୦ ହଜାରରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ସହିତ ୨୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଟେଷ୍ଟରେ ସେ ୨୩ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି। ଉଭୟ ଦିନିକିଆ ଓ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି।


ଆବାସ ପାକିସ୍ତାନ ପକ୍ଷରୁ ୭୮ ଟେଷ୍ଟ ଓ ୬୨ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଉଭୟ ଫର୍ମାଟ୍‌ରେ ତାଙ୍କ ବ୍ୟାଟିଂ ଆଭରେଜ ୪୦ରୁ ଊର୍ଦ୍ଧ୍ୱ ରହିଛି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନଭାବେ ଲଗାତର ୫ ମ୍ୟାଚ୍‌ରେ ଶତକ ହାସଲ କରିବାର କୀର୍ତ୍ତିମାନ ଆବାସଙ୍କ ନାମରେ ରହିଛି। ଏସିଆର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦୦ ଶତକ ହାସଲ କରିଛନ୍ତି।

ଅପରପକ୍ଷରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ୪୧ ବର୍ଷୀୟା ଲିସା ୨୦୦୫ ଓ ୨୦୧୩ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ସେ ମଧ୍ୟ ୨୦୧୦ ଓ ୨୦୧୨ ବିଶ୍ୱକପ୍‌ ବିଜୟୀ ଅଷ୍ଟ୍ରେଲିଆ ଦଳର ପ୍ରମୁଖ ସଦସ୍ୟା ରହିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ କ୍ରିକେଟର୍‌ ଭାବେ ସେ ୧୦୦ ଉଇକେଟ୍‌ ନେବା ସହ ଏକ ହଜାର ରନ୍‌ ପୂରଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୯ରେ ପ୍ରଥମ ଥର ଲାଗି ଆଇସିସି ହଲ୍‌ ଅଫ୍‌ ଫେମ୍‌ ଆରମ୍ଭ କରାଯାଇଥିଲା। ପ୍ରଥମ ଭାରତୀୟ ଭାବେ ଗାଭାସ୍କର ଓ ବିଶନ ସିଂ ବେଦୀ ଏଥିରେ ସ୍ଥାନ ପାଇଥିଲେ। ଏହାପରେ କପିଳ ଦେବ (୨୦୧୦), ଅନିଲ କୁମ୍ବଲେ (୨୦୧୫), ରାହୁଲ ଡ୍ରାଭିଡ୍‌ (୨୦୧୮) ଓ ସଚିନ ତେନ୍ଦୁଲକର (୨୦୧୯) ଏଥିରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri