Posted inଖେଳ

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଲେ ଏହି ୩ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୮: ଚଳିତ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ ତାଲିକା ଘୋଷିତ ହୋଇଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ୍‌ ଅଲ୍‌ରାଉଣ୍ଡର ଜ୍ୟାକ୍‌ କାଲିସ, ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜାହିର ଆବାସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ଲିସା ସାଥଲେକରଙ୍କୁ ସମ୍ମାନଜନକ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନିତ କରାଯାଇଛି। କରୋନା ମହାମାରୀ ଲାଗି ଆଇସିସି ପକ୍ଷରୁ ରବିବାର ଭର୍ଚ୍ୟୁଆଲ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌ ସନ୍‌ ପୋଲକ୍‌, ସୁନୀଲ ଗାଭାସ୍କରେ ମେଲ୍‌ ଜୋନ୍ସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


ସମ୍ମାନ ପାଇବାରେ କାଲିସ ଦକ୍ଷିଣ ଆଫ୍ରିକାର ୪ର୍ଥ କ୍ରିକେଟର୍‌ ହୋଇଛନ୍ତି। ବିଶ୍ୱ କ୍ରିକେଟ୍‌ ଇତିହାସରେ କାଲିସ ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ମାନ୍ୟତା ଲାଭ କରିଛନ୍ତି। କ୍ରିକେଟ୍‌ ଇତିହାସରେ ଏକମାତ୍ର ଖେଳାଳି ଭାବେ ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟ୍‌ରେ ୧୦ ହଜାରରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ସହିତ ୨୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଟେଷ୍ଟରେ ସେ ୨୩ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି। ଉଭୟ ଦିନିକିଆ ଓ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି।


ଆବାସ ପାକିସ୍ତାନ ପକ୍ଷରୁ ୭୮ ଟେଷ୍ଟ ଓ ୬୨ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଉଭୟ ଫର୍ମାଟ୍‌ରେ ତାଙ୍କ ବ୍ୟାଟିଂ ଆଭରେଜ ୪୦ରୁ ଊର୍ଦ୍ଧ୍ୱ ରହିଛି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନଭାବେ ଲଗାତର ୫ ମ୍ୟାଚ୍‌ରେ ଶତକ ହାସଲ କରିବାର କୀର୍ତ୍ତିମାନ ଆବାସଙ୍କ ନାମରେ ରହିଛି। ଏସିଆର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦୦ ଶତକ ହାସଲ କରିଛନ୍ତି।

ଅପରପକ୍ଷରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ୪୧ ବର୍ଷୀୟା ଲିସା ୨୦୦୫ ଓ ୨୦୧୩ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ସେ ମଧ୍ୟ ୨୦୧୦ ଓ ୨୦୧୨ ବିଶ୍ୱକପ୍‌ ବିଜୟୀ ଅଷ୍ଟ୍ରେଲିଆ ଦଳର ପ୍ରମୁଖ ସଦସ୍ୟା ରହିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ କ୍ରିକେଟର୍‌ ଭାବେ ସେ ୧୦୦ ଉଇକେଟ୍‌ ନେବା ସହ ଏକ ହଜାର ରନ୍‌ ପୂରଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୯ରେ ପ୍ରଥମ ଥର ଲାଗି ଆଇସିସି ହଲ୍‌ ଅଫ୍‌ ଫେମ୍‌ ଆରମ୍ଭ କରାଯାଇଥିଲା। ପ୍ରଥମ ଭାରତୀୟ ଭାବେ ଗାଭାସ୍କର ଓ ବିଶନ ସିଂ ବେଦୀ ଏଥିରେ ସ୍ଥାନ ପାଇଥିଲେ। ଏହାପରେ କପିଳ ଦେବ (୨୦୧୦), ଅନିଲ କୁମ୍ବଲେ (୨୦୧୫), ରାହୁଲ ଡ୍ରାଭିଡ୍‌ (୨୦୧୮) ଓ ସଚିନ ତେନ୍ଦୁଲକର (୨୦୧୯) ଏଥିରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri