‘ଜଓ୍ବାନ’କୁ ପଛରେ ପକାଇଲା ‘କଳ୍‌କୀ ୨୮୯୮ ଏଡି’

ମୁମ୍ବାଇ: ନାଗ୍‌ ଅଶ୍ୱିନ୍‌ଙ୍କ ନିର୍ଦ୍ଦେଶିତ ‘କଳ୍‌କୀ ୨୮୯୮ ଏଡି’ ଗତ ଜୁନ ୨୭ରେ ମୁକ୍ତିଲାଭ କରିଥିଲା, ଯାହା ଏବେ ଅନେକ ରେକର୍ଡ ଭାଙ୍ଗିପାରିଛି। ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପଟାନି ଓ କମଲ ହାସନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ ହେବାର ମାତ୍ର ୧୧ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିପାରିଛି। ‘ବାହୁବଳୀ ୨’, ‘କେଜିଏଫ୍‌ ୨’ ଓ ଆର୍‌ଆର୍‌ଆର୍‌ ପରେ ୫୦୦ କୋଟି କ୍ଲବ୍‌ରେ ପ୍ରବେଶ କରିବାରେ ‘କଳ୍‌କୀ ୨୮୯୮ ଏଡି’ ଚତୁର୍ଥ ଭାରତୀୟ ଦ୍ରୁତତମ ଚଳଚ୍ଚିତ୍ର ହୋଇପାରିଛି। ପୂର୍ବରୁ ‘ବାହୁବଳୀ ୨’ ମାତ୍ର ୭ ଦିନରେ ୫୦୦ କୋଟି କ୍ଲବ୍‌ରେ ପହଞ୍ଚିଥିବାବେଳେ ଉଭୟ ‘କେଜିଏଫ୍‌ ୨’ ଓ ଆର୍‌ଆର୍‌ଆର୍‌ ମାତ୍ର ୮ ଦିନରେ ଦେଶବ୍ୟାପୀ ୫୦୦ କୋଟିର ବ୍ୟବସାୟ କରିପାରିଥିଲେ। ତେବେ ଶାହରୁଖ୍‌ ଖାନ୍‌ଙ୍କ ‘ଜଓ୍ବାନ’ ଫିଲ୍ମ ୧୩ ଦିନ ଓ ରଣବୀର କପୁରଙ୍କ ‘ଆନିମଲ’ ଫିଲ୍ମ ୧୬ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରିଥିବାବେଳେ ଏବେ ଏହି ୨ ଫିଲ୍ମର ରେକର୍ଡକୁ ‘କଳ୍‌କୀ ୨୮୯୮ ଏଡି’ ଭାଙ୍ଗିବାରେ ସଫଳ ହୋଇଛି।
ରବିବାର ରିଲିଜ୍‌ ହେବାର ୧୧ ତମ ଦିନରେ ଏହି ଫିଲ୍ମ ୪୪.୩ କୋଟି ଟଙ୍କାର ବ୍ୟବସାୟ କରିବା ସହ ଭାରତରେ ଏହାର ସମୁଦାୟ ବକ୍ସ ଅଫିସ କଲେକ୍ସନ ୫୧୦ କୋଟିରେ ପହଞ୍ଚିଛି। ସେହିପରି ରବିବାର ସୁଦ୍ଧା ‘କଳ୍‌କୀ ୨୮୯୮ ଏଡି’ ଫିଲ୍ମ ବିଶ୍ୱବ୍ୟାପୀ ୯୧୦ କୋଟି ଟଙ୍କା ସଂଗ୍ରହ କରିଛି। ତେବେ ଏହି ଫିଲ୍ମର ସିକ୍ୱେଲ ୩ ବର୍ଷ ପରେ ରିଲିଜ୍‌ ହେବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri