ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ଚର୍ଚ୍ଚା ହେଉଥିଲା।ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ। ସେପଟେ ନବୀନ ନିବାସରେ ପ୍ରତାପ ଜେନା ଓ ଦେବୀ ମିଶ୍ର ଉପସ୍ଥିତ ଥିବା ଜଣାପଡିଛି।

କଳିକେଶଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ ଏବେ ଜିଲା ଭିତରେ ବିରୋଧ କରାଯାଉଛି। ଜିଲା ଭିତରୁ କଳିକେଶଙ୍କ ବିରୋଧରେ କିଛି ନେତା ବାହାରିଥିବାବେଳେ ଜିଲା ବାହାରୁ ତାଙ୍କୁ ବେଶ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।

Dharitri – The Largest & Most Trusted Odia Daily

Share