ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା ପାଇଁ ପ୍ରସ୍ତୁତ ଅଛି। ନବୀନ ବାବୁଙ୍କ ନେତୃତ୍ୱରେ ଆମେ ମିଳିତ ଭାବେ ଲଢୁଛୁ। ନେତୃତ୍ୱ ନେବା ଚର୍ଚ୍ଚା ଉପରେ କିଛି ଲାଭ ନାହିଁ। କିଛି ଗଣମାଧ୍ୟମ ଏହାକୁ ନେଇ ଖବର ପ୍ରକାଶ କରୁଛନ୍ତି। ହେଲେ ସେମିତି କିଛି ନାହିଁ। ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି। ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ନାହିଁ। ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି। ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି।ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି। ବଲାଙ୍ଗୀର ଜିଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହେଲା। ବଲାଙ୍ଗୀର ଜିଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କଲୁ। କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି।ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ।୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ ପିରିୟଡ ଦେଇଛନ୍ତି ନବୀନ ବୋଲି କହିଛନ୍ତି କଳିକେଶ।

ଶନିବାର ପୂର୍ବାହ୍ନରେ କଳିକେଶ ନବୀନ ନିବାଦରେ ପହଞ୍ଚିଥିଲେ। ଯାହା ପରେ କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କଳିକେଶଙ୍କୁ ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ।

Dharitri – The Largest & Most Trusted Odia Daily

Share
Tags: odisha