ଚଷମାରେ ହିଡେନ କ୍ୟାମେରା ଲଗାଇ ଉଠାଉଥିଲେ କାଳିଆ ଫଟୋ , ପରେ …

ପୁରୀ,୪।୮: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା। କୀର୍ତ୍ତନଚକଡ଼ା ନିକଟରୁ ଏହି ହିଡେନ କ୍ୟାମେରା ଧରାପଡ଼ିଥିବା ଜଣାପଡ଼ିଛି। ଚଷମାରେ ହିଡେନ କ୍ୟାମେରା ଲଗାଇ ଫଟୋ ଉଠାଉଥିଲେ। ଏହି ସମୟରେ ଗୁଜରାଟର ଜଣେ ଭକ୍ତଙ୍କୁ ସିଂହଦ୍ବାର ଥାନା ପୋଲିସ କାବୁ କରିନେଇଥିଲା। ନିକଟରେ ପୁରୀର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଧରାପଡ଼ିଥିଲେ। ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଭଳି ଦୁଇଦୁଇଟି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share