କାଳବୈଶାଖୀ ତାଣ୍ଡବ:ପ୍ରବଳ ବର୍ଷାରେ ଧୋଇଗଲା ଡାଇଭର୍ସନ ପୋଲ,ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ଯୋଗାଯୋଗ ବିଛିନ୍ନ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ମଙ୍ଗଳପୁର ଭୀମକୁଣ୍ଡ ରାସ୍ତାର ଘାଟବାଲି ଯୋଡି ନିକଟରେ ଥିବା ଡାଇଭର୍ସନ ପୋଲ ଧୋଇଯାଇଛି। ଏଥିରେ ଭୀମକୁଣ୍ଡ ସହ ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି। ପୂର୍ତ୍ତବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ଚାଲିଥବା ବେଳେ ହୋମ ପାଇପ ନଥିବାରୁ ଡାଇଭର୍ସନ ପୋଲଟି ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି। ୩ ଘଣ୍ଟାଧରି ଉକ୍ତ ରାସ୍ତାରେ ଚଳାଚଳ ବ୍ୟାହତ ହେବା ସହ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଏବଂ ଠାକୁରମୁଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।