କଳାହାଣ୍ଡି ଘୁମୁରା ଉତ୍ସବ: ବାଦ୍ୟଯନ୍ତ୍ରରେ କେସିଙ୍ଗା କମ୍ପିଲା ସହର, ବ୍ଲକ ଅଧ୍ୟକ୍ଷ-ବିଡିଓଙ୍କୁ…

କେସିଙ୍ଗା,୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପକ୍ଷରୁ ୨୮ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଥିବା ବେଳେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ସଭାପତିତ୍ୱରେ ବିଦ୍ୟାପୀଠର ଖେଳ ପଡ଼ିଆଠାରେ ଗୁରୁବାର ଅନୁଷ୍ଠିତ ହୋଇଛି। ଆଜି ସକାଳେ ବେଲଖଣ୍ଡି ଧବଳେଶ୍ୱର ଶିବ ମନ୍ଦିର ୩୫ କିମି ଦୂରରୁ ଓ ବୁଡ଼ା ଡଙ୍ଗର ମନ୍ଦିରରୁ ମଶାଲଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଓ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ସମେତ ବ୍ଲକର କର୍ମଚାରୀଙ୍କ ସହ ଘୁମୁରା ବାଦ୍ୟରେ ସହର କମ୍ପି ଉଠିଥିଲା। ସହର ପରିକ୍ରମା କରି ବିଦ୍ୟାପୀଠର ବୁଢ଼ାରଜା ମଞ୍ଚରେ ସ୍ଥାପନ କରାଯାଇଥିଲା। ଅପରାହ୍ନରେ ବ୍ଲକର ୨୬ଟି ପଞ୍ଚାୟତରୁ ବିଭିନ୍ନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି। ମଞ୍ଚରେ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଯୋଗଦେଇ ଥିଲେ।

ଏହି କାର୍ଯ୍ୟକ୍ରମରେ ହୁଳହୁଳି, ଝୋଟି, ଶଙ୍ଖ ପୁଙ୍ଖା, କେଶସଜ୍ଜା, ସମ୍ବଲପୁରୀ ନାଚ, ଡାଲଖାଇ, ରସର କେଳି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ବିଭିନ୍ନ ବିଭାଗ ପକ୍ଷରୁ
୧୦ଟି ଷ୍ଟଲ୍‌ ଖୋଲା ଯାଇଥିଲା। ଏହି ୧୦ଟି ଷ୍ଟଲ୍‌ ମଧ୍ୟରୁ ଉଦ୍ୟାନ ବିଭାଗ ପକ୍ଷରୁ ତାଳ ତେଲ ଫଳ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରୁ ପାମୋଲିନ ତେଲ ଉତ୍ପାଦିତ ହୋଇଥାଏ। ଶିକ୍ଷକ ସୁରେନ୍ଦ୍ର ଦୋରା, ତପନ ଦାସ ଓ ହେମନ୍ତ ମାଝୀ ମଞ୍ଚ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଉଛି କୁକୁରଙ୍କ ଦୌରାତ୍ମ୍ୟ, ଏଥିରୁ ରକ୍ଷା ପାଇବା ପାଇଁ…

ଦାରିଙ୍ଗବାଡ଼ି,୯ା୧(ଅରୁଣ ସାହୁ): ଘରେଘରେ କୁକୁର ପାଳନ ପାଇଁ ଆଗ୍ରହ ରହିଥାଏ। କୁହାଯାଏ କୁକୁର ମଣିଷର ପ୍ରକୃତ ବିଶ୍ୱସ୍ତ ବନ୍ଧୁ। ମନୁଷ୍ୟକୁ ପାଳିତ କୁକୁର କିମ୍ବା ବୁଲା...

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍...

ଏନଏସଏସ କଲେଜ ଅଂଶଧନ ପିଲାଙ୍କ ପାଇଁ ଖର୍ଚ୍ଚ ହେଉ: ସ୍ବେଚ୍ଛାସେବୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା

ଭଞ୍ଜନଗର,୮।୧(ବାବୁଲା ପ୍ରଧାନ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଶୁକ୍ରବାର ଅଚାନକ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ...

ମହୁଆ, ଡେରେକ ଓ’ବ୍ରାଏନ ସମେତ ୮ଜଣଙ୍କୁ ନେଇଗଲା ପୋଲିସ

ନୂଆଦିଲ୍ଲୀ,୯।୧: ଶୁକ୍ରବାର (୯ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାରଙ୍କ ଦ୍ୱାରା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଏମପିମାନେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ...

ମର୍ମନ୍ତୁଦ ଦୁର୍ଘଟଣା: ପୁଅଙ୍କ ଆଖି ଆଗରେ ଚାଲିଗଲା ମା’ଙ୍କ ଜୀବନ

ଜଟଣୀ,୯।୧:୧୬ ନମ୍ୱର ଜାତୀୟ ରାଜପଥ ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ମହିଳା ଭାରସାମ୍ୟ ହରାଇ...

ଶେଷ ଓଭରରେ ଜିତିବା ପାଇଁ ୬ ରନ୍‌ ବାକି ଥିଲା…ଏମିତି ବୋଲିଂ କଲେ ରାମକୃଷ୍ଣ, ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୯।୧: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ପାଇଁ ମହାରାଷ୍ଟ୍ର ଏବଂ ଗୋଆ ମଧ୍ୟରେ ଏକ ମ୍ୟାଚରେ ଏକ ଅଜବ ଘଟଣା ଘଟିଛି। ମହାରାଷ୍ଟ୍ର ପାଇଁ ଖେଳୁଥିବା...

ସ୍କୁଲରେ ଖେଳୁଥିବାବେଳେ ଛାତ୍ରଙ୍କ ଉପରେ ଭାଙ୍ଗିପଡିଲା ଫଳକ, ଚାଲିଗଲା ଜୀବନ

ବାଲିଆପାଳ, ୯।୧(ଅମୁଲ୍ୟ ଦାସ ): ସ୍କୁଲରେ ଫଳକ ଭାଙ୍ଗି ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲ ପରିସରରେ ଖେଳୁଥିବାବେଳେ ଫଳକ ଭାଙ୍ଗି ପଡିଥିଲା। ବାଲେଶ୍ବର...

ଏମାନଙ୍କୁ ମିଳିବ ପକ୍କା ଘର: ୩୪ ଲକ୍ଷ ଲୋକଙ୍କର ହେଲା ସର୍ଟଲିଷ୍ଟ , ତାଲିକାରେ…

ଭୁବନେଶ୍ୱର,୯।୧: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri