ବଡ଼ କାର୍ଯ୍ୟାନୁଷ୍ଠାନ: କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କୁ ଶୁକ୍ରବାର ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗତ ୨୦୨୦ରୁ ୨୦୨୨ ମଧ୍ୟରେ ଭୁବନେଶ୍ୱରରେ ସେ ଅତିରିକ୍ତ ତହସିଲଦାର ଥିବା ସମୟରେ ବଡ଼ ଧରଣର ହେରଫେର କରିଥିଲେ। ସରକାରୀ ଜମିକୁ ମ୍ୟୁଟେସନ, ଲିଜ ଜମିକୁ କିସମ ପରିବର୍ତ୍ତନ, ରିଜେକ୍ଟ କେସକୁ ରିଓପନ କରି ମ୍ୟୁଟେସନ କରିଥିବା ନେଇଁ ଚିତ୍ତରଞ୍ଜନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏପରିକି ଜମି ହେରଫେର ନେଇ EOWରେ ମାମଲା ରହିଛି। ଏନେଇ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ଭବାନୀପାଟଣା ଜିଲାପାଳଙ୍କ ଅଫିସର ଗ୍ରିଭାନ୍‌ସ ସେଲରେ ବର୍ତ୍ତମାନ ସେ କାର୍ଯ୍ୟରତ ଥିଲେ।

Share