କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ସେବା ଠପ

ଅତାବିରା,୧।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡବତାସ ସହିତ ପ୍ରବଳ ବର୍ଷା ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ବଡ଼ବଡ଼ ଗଛ ଭାଙ୍ଗି ଯାତାୟତ ଠପ୍‌ ହୋଇଯାଇଥିଲା। ତେବେ ଅତାବିରା ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଜାତୀୟ ରାଜପଥରେ ମଙ୍ଗଳବାର ରାତି ୧୦ଟାରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିବା ବେଳେ ବାବେବିରା ଗ୍ରାମରେ ରାସ୍ତା ରାତ୍ରି ସାଢେ ୧୧ଟାରେ ସ୍ବଭାବିକ ହୋଇଥିଲା l ଅନ୍ୟପକ୍ଷେ ସରଣ୍ଡା ମହାପାତ୍ରପଡା ଗ୍ରାମ୍ୟ ରାସ୍ତାରେ ଏକ ବିରାଟ ବଟ ବୃକ୍ଷ, ବେଳ ଗଛ ଏବଂ ତେନ୍ତୁଳି କଣ୍ଟା ବୃକ୍ଷ ଭାଙ୍ଗି ରାସ୍ତାରେ ପଡିଥିଲା। ଫଳରେ ସମ୍ପୃକ୍ତ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା l

ତେବେ ଅତାବିରା ଅଗ୍ନିଶମ ବିଭାଗ ବୁଧବାର ସକାଳେ ଖବର ପାଇ କେନ୍ଦ୍ର ଅଧିକାରୀ ମିଶ୍ର କଷାନଙ୍କ ନେତୃତ୍ୱରେ ୬ ଘଣ୍ଟା ପରିଶ୍ରମ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା l ଏଥିରେ ମହାପାତ୍ର ପଡ଼ାବାସୀ ସହଯୋଗ କରିଥିଲେ। ତେବେ ଗୁରୁବାର ରାତିରେ ପୁଣି କାଳବୈଶାଖୀ ଝଡ଼ବତାସ ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଅମଳ ଧାନ ଫସଲ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି।

ଫାୟାର ଫାଇଟର ରାଜେନ୍ଦ୍ର ଏକ୍କା, ଯୋଗେଶ ନାୟକ, ଚକ୍ରଧର ଦାଣ୍ଡିଆ, ବିକି ବେହେରା, ପୁରୁଷୋତ୍ତମ ସାହୁ, ଏବଂ ଗାଡି ଚାଳକ ପ୍ରଦୀପ କୁମାର ହେସ ପହଞ୍ଚି ପଡାବାସୀଙ୍କ ସହଯୋଗରେ ଗଛଗୁଡିକୁ କଟର ସାହାଯ୍ୟରେ କାଟି ହଟାଇଥିଲେ। ଅଗ୍ନିଶ୍ରମ ବିଭାଗ ପାଖରେ ଥିବା ଗୋଟିଏ କଟର ମେଶିନରେ କାମ କରୁଥିବା ଦେଖିବାକୁ ମିଳିଥିଲା l ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତାବିରା ଅଗ୍ନିଶ୍ରମ ବିଭାଗକୁ ଅଧିକ ଗଛ କଟା କଟର ମେଶିନ ଯୋଗାଇ ଦେବାକୁ ସରଣ୍ଡା ମହାପାତ୍ର ପଡାବାସୀ ଦାବି କରିଥିଲେ l

ସୂଚନା ଯୋଗ୍ୟ, ସମ୍ବଲପୁର- ବରଗଡ଼ ଓ ବରଗଡ- ସମ୍ବଲପୁର ଚାରିଥାକିଆ ୫୩ ନମ୍ବର ଜାତୀୟ ରାଜପଥର ଦେବହାଲ, ରେଙ୍ଗାଲି କେମ୍ପ ଓ ଶୁକ୍ରୁଟାପାଲିରେ କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ ହୋଇପଡିଥିଲା। ସେହିପରି ବାବେବିରା ଗ୍ରାମ୍ୟ ରାସ୍ତାରେ ମଧ୍ୟ ଅନୁରୂପ ଭାବେ ଗଛ ପଡି ଯାତାୟତ ବାଧା ପ୍ରାପ୍ତ ହୋଇଥିଲା।

ତେବେ ଅତାବିରା ସହରାଞ୍ଚଳରେ ୨୪ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା l ଗୁରୁବାର ମଧ୍ୟ ଅନୁରୂପ ସମସ୍ୟା ଦେଖା ଦେଇଛି। ଏନେଇ ଅତାବିରା ବିଦ୍ୟୁତ୍‌ ଏସଡ଼ିଓଙ୍କ ମୋବାଇଲ ନମ୍ବର 9437058021ରେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri