ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ ହୋଇଥିବା କୁଆପଥର, ପବନ ଓ ବର୍ଷାରେ ଏଭଳି ଅଘଟଣ ଘଟିଛି। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ରାବଣର ମୁଣ୍ଡ ଯୋଡା ଯାଇଥିବା ଜଣାପଡିଛି। ସେହିପରି ବର୍ଷା ଓ ପବନ ପ୍ରଭାବରେ ଚାଳଛପର ଉଠି ଯାଇଥିବାବେଳେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ରାସ୍ତା ଉପରେ ଲାଇଟ ଗେଟ୍ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।