ସୂଚନାମୁତାବକ, ଶୁକ୍ରବାର ସନ୍ଧ୍ୟାରେ କୈଳାସଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ବେକ ସହ ମୁଣ୍ଡରେ କ୍ଷତ ରହିଥିବା ଦେଖିବାକୁ ମିଳିଛି । କିଏ ଏବଂ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। ଏଥି ସହିତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ଏହି ହତ୍ୟା ଖବର ସାମ୍ନାକୁ ଆସିବା ପରେ ବିଷମକଟକରେ ଭୟର ବାତାବରଣ ସୃଷ୍ଟି ହେବା ସହ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତଦନ୍ତ ପରେ ହତ୍ୟା ପଛର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।