Posted inଖେଳ

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ ମଣ୍ଡପ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି।

ଉଦ୍‌ଘାଟନୀ ମ୍ୟାଚ ମା’ ମାନସା ଆର୍ମି ଏବଂ ସମଲେଶ୍ୱରୀ ଷ୍ଟାଇକର୍ସ ମଧ୍ୟରେ ହୋଇଥିଲା। ଏଥିରେ ମନସା ଆର୍ମି ୪୨-୨୪ ପଏଣ୍ଟରେ ବିଜୟ ହାସଲ କରିଥିଲା । ରାଜେଶ ସେଟ୍‌, କାର୍ତ୍ତିକ ବାରିକ, ରମେଶ ବେରିହା, ଗୀତା କଂସାରି, ଆନନ୍ଦ ଚନ୍ଦ୍ର ପତି, ପ୍ରଶାନ୍ତ ସେଟ୍‌ ମ୍ୟାଚ ପରିଚାଳନା କରିଥିଲେ।

ସମ୍ବଲପୁର କବାଡି କ୍ଲବ ସଭାପତି ସିଦ୍ଧାର୍ଥ ସାହାଙ୍କ ପରିଚାଳନା ଓ ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଉଦ୍‌ଘାଟନୀ ଉତ୍ସବ ହୋଇଥିଲା। ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ସମ୍ବଲପୁର ଜିଲା ଭାଜପା ସଭାପତି ଗିରିଶ ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ପାଦକ ଉମାପତି ତ୍ରିପାଠୀ ସୂଚନା ପ୍ରଦାନ କରିଥିବା ବେଳେ ଟୁର୍ନାମେଣ୍ଟ ଆୟୋଜନ କମିଟି ସଭାପତି ରବି ମୁଖି ଅତିଥି ସ୍ବାଗତ କରିଥିଲେ। ସେହିପରି ସମ୍ପାଦକ ଭଜନ ତରିଆ ମ୍ୟାଚ ବିଷୟରେ ସୂଚନା ଦେଇଥିଲେ।

ଚଳିତ ବର୍ଷ ପଶ୍ଚିମ ଓଡ଼ିଶାସ୍ତରୀୟ ଏହି ପ୍ରିମିୟର ଲିଗରେ ଗାନ୍ଧୀ ବୁଲସ, ମହାକାଲ ରାଇଡର୍ସ, ବୀର ତ୍ର୍ରିରଙ୍ଗା ବଏଜ, ପଶ୍ଚିମାଞ୍ଚଳ ପାନ୍ଥର୍ସ, ସମଲେଶ୍ୱରୀ ଷ୍ଟାଇକର୍ସ, ଅଞ୍ଜନୀ ପୁତ୍ର ହଣ୍ଟର୍ସ, ଅଯୋଧ୍ୟା ସରୋବର, ମାଁ ମନସା ଆର୍ମି, ବୁଢ଼ିମା ଟାଇଗର୍ସ, ଆମ୍ବେଦକର ଲାୟନ୍ସ, ଘଣ୍ଟେଶ୍ୱରୀ ୱାରିୟର୍ସ ଓ ମା’ ଘିକୁଣ୍ଡି ଯୋଦ୍ଧା ଦଳ ଭାଗ ନେଇଛନ୍ତି । ଖେଳଗୁଡ଼ିକୁ ସ୍ଥାନୀୟ ଅଫିସିଆଲ ପରିଚାଳନା କରିଥିଲେ।

ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ୩ ଶହ କବାହି ଖେଳାଳି, କୋଚ, ମ୍ୟାନେଜର ଟୁର୍ନାମେଣ୍ଟରେ ସାମିଲ ହୋଇଛନ୍ତି। ମ୍ୟାଚଗୁଡ଼ିକ ପ୍ରତିଦିନ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ କରିବାକୁ ସ୍ଥିର ହୋଇଛି । ଚଳିତମାସ ୨୭ ତାରିଖ ପ୍ରତିଯୋଗିତା ଉଦଯାପିତ ହେ। ଗୁରୁବାର ସକାଳ ୮ ଟାରେ ସମଲେଇଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ କବାଡି ଖେଳାଳିମାନେ ଶୋଭାଯାତ୍ରାରେ ବାହାରି କମାଲିବଜାର, ବଳିବନ୍ଧା, କୁଞ୍ଜେଲପଡା, ହାଟପଡ଼ା, ଦଳେଇପଡା ପରିକ୍ରମା କରି ଗଙ୍ଗାଧର ମଣ୍ଡପଠାରେ ପହଞ୍ଚତ୍ ଥିଲା । ବିମଳ ବରିହା, ଅବିନାଶ ମିତ୍ର, ଅବିନାଶ ବେହେରା, କବାଡି କ୍ଲବ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri