ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ପ୍ରାୟ ୫ ବର୍ଷ ପୂର୍ବେ ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ବୈକୁଣ୍ଠ ସାହୁ(୬୮)ଙ୍କ ସାନ ଝିଅ ଜ୍ୟୋତ୍ସ୍ନା ସାହୁ, ନାଚୁଣୀଥାନା ବଉଳାବନ୍ଧ ଗ୍ରାମର ମୃତ ପଦ୍ମ ସାହୁଙ୍କ ବଡ଼ ପୁଅ ହରି ସାହୁ (୩୫)ଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଗୋଟିଏ ଝିଅ (୩ ବର୍ଷ) ପୁଅ (୧ ବର୍ଷ) I ବାହାଘର ସମୟରେ ଶ୍ୱଶୁର ଘର ଦାବି ମୁତାବକ ସମସ୍ତ ଯୌତୁକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବିବାହର କିଛି ବର୍ଷ ଭଲରେ କଟିଥିଲା। ତେବେ ଶାଶୁ ଘର ଲୋକ ୨ ଲକ୍ଷ ଟଙ୍କା ଆଣିବା ପାଇଁ ଜ୍ୟୋତ୍ସ୍ନାକୁ ଚାପ ପକାଉଥିଲେ। ପରେ ପରେ ପରିବାରରେ ଦେଖା ଦେଇଥିଲା ମନୋମାଳିନ୍ୟ । ହରି ବିଭିନ୍ନ ସମୟରେ ପତ୍ନୀ ଜ୍ୟୋତ୍ସ୍ନାଙ୍କୁ ମାରଧର କରିବା ସହ ଗାଳିଗୁଲଜ କରନ୍ତି । ଜ୍ୟୋତ୍ସ୍ନା ସମସ୍ତ କଥା ବାପଘରେ ଜଣାଉଥିଲେ ମଧ୍ୟ ବାପଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ବାଧ୍ୟ ହୋଇ ସମସ୍ତ ନିର୍ଯାତନା ସହି ଯାଉଥିଲେ।

ଏପରିସ୍ଥିତିରେ ସୋମବାର ଜ୍ୟୋତ୍ସ୍ନା ମରିଯାଇଥିବା ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବାପଘର ଲୋକେ ହରି ସାହୁଙ୍କ ଘରେ ପହଞ୍ଚି ଦେଖିଥିଲେ। ଜ୍ୟୋତ୍ସ୍ନାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଶାଶୁ ଘର ଲୋକେ ଜ୍ୟୋତ୍ସ୍ନାକୁ ଜୀବନରେ ମାରିଦେଇଥିବା ତାଙ୍କ ବାପା ବୈକୁଣ୍ଠ ସାହୁ ନାଚୁଣୀ ଥାନାରେ ଜ୍ୱାଇଁ ହରି ସାହୁ, ଦିଅର ଦେବ ସାହୁ (୩୦), ସାନ ଯା’ ପୂଜା ସାହୁ (୨୮), ନଣନ୍ଦ ରିତା ସାହୁ (୩୨)ଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି I

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri