ପ୍ରିୟଙ୍କାଙ୍କ ସହ ଜ୍ୟୋତି ବୁଲିଥିଲେ କୋଣାର୍କ-ଚିଲିକା, କେଉଁ ହୋଟେଲରେ କାହା ସହ…

ପୁରୀ,୨୩ା୫(ଅଜିତ୍‌ କୁମାର ମହାନ୍ତି):  ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ୍‌ ଘଟଣାର ତଦନ୍ତ ଗୁରୁବାର ୬ଷ୍ଠଦିନରେ ପହଞ୍ଚତ୍ଛି। ଜ୍ୟୋତି ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ରହିଛି, ଆୟର ସୂତ୍ର, ବାହାରୁ କେଉଁଠୁ ଟଙ୍କା ଆସିଛି କି ନାହିଁ ଆଦି ବିଭିନ୍ନ ଦିଗକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେହିପରି ଗତବର୍ଷ ସେପ୍ଟେମ୍ବର ୨୧ରେ ଜ୍ୟୋତି ପୁରୀ ଆସିଥିବାବେଳେ ପ୍ରିୟଙ୍କାଙ୍କ ସହ କେଉଁ ସବୁ ସ୍ଥାନକୁ ବୁଲିଯାଇଥିଲେ ଓ କ’ଣ କରିଥିଲେ ସେ ନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ। ପୁରୀରେ ଜ୍ୟୋତି କେଉଁ ହୋଟେଲରେ ରହିଥିଲେ ଓ ତାଙ୍କ ସହ ଆଉ କିଏ ଥିଲେ, ତାଙ୍କ ପାଇଁ କିଏ ରୁମ୍‌ ବୁକ୍‌ କରିଥିଲେ ଏବଂ ଶ୍ରୀମନ୍ଦିର ଉପରେ ଜ୍ୟୋତି ଡ୍ରୋନ୍‌ ଉଡ଼ାଇବା ଘଟଣାରେ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ତଦନ୍ତ ଯେତିକି ଆଗଉଛି, ଗୋଟିଏ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜ୍ୟୋତି କେବଳ ପୁରୀ ନୁହେଁ, ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଚିଲିକା ମଧ୍ୟ ବୁଲିଥିବା ଜଣାପଡ଼ିଛି। ଏପରିକି ଏ କ୍ଷେତ୍ରରେ ଜ୍ୟୋତିଙ୍କୁ ପ୍ରିୟଙ୍କା ସହଯୋଗ କରିଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ ପୋଲିସ ଅଧିକ ଗୁରୁତ୍ୱର ସହ ନେଇ ସବିଶେଷ ତଥ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛି। ଏ ସଂକ୍ରାନ୍ତରେ ୟୁଟ୍ୟୁବର ପ୍ରିୟଙ୍କାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିବା ଶୁଣିବାକୁ ମିଳୁଛି। ପ୍ରିୟଙ୍କାଙ୍କ ଦ୍ୱାରା ଶୁଟ୍‌ କରାଯାଇଥିବା ସମସ୍ତ ଭିଡିଓକୁ ଆଧାରକରି ତଦନ୍ତ ହେଉଥିବା ସୂଚନା ମିଳିଛି। ଉଭୟ ମିଶି ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଇଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ବାବଦରେ ପୋଲିସ ଖୋଳତାଡ଼ କରୁଛି। ସେହିପରି ଜ୍ୟୋତିଙ୍କଠାରୁ ପ୍ରିୟଙ୍କା ଆର୍ଥିକ ଫାଇଦା ପାଇଛନ୍ତି କି ନାହିଁ ସେ ନେଇ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନର ତର୍ଜମା ଚାଲିଛି। ପ୍ର୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ପୋଲିସ ମନିଟରିଂ କରୁଛି। ଘଟଣା ପରଠୁ ପ୍ରିୟଙ୍କା ଓ ତାଙ୍କ ପରିବାର ଲୋକେ ଘରୁ ବାହାରୁ ନ ଥିବାବେଳେ କାହା ସହ ମିଳାମିଶା ମଧ୍ୟ କରୁନାହାନ୍ତି। ତେବେ ପୋଲିସ ଓ ଅନ୍ୟ ସଂସ୍ଥାକୁ ତଦନ୍ତରେ ସହଯୋଗ କରୁଥିବା ଜଣାପଡ଼ିଛି। ପୂର୍ବରୁ ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଥିଲେ। ସେହିପରି ତାଙ୍କ ବାପା ରାଜକିଶୋର ସେନାପତି ମଧ୍ୟ ପ୍ରିୟଙ୍କା ନିର୍ଦ୍ଦୋଷ ବୋଲି ଗଣମାଧ୍ୟମରେ କହିଥିଲେ। ଅପରପକ୍ଷରେ ତଦନ୍ତ ଶେଷ ପରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ଏସ୍‌ପି ବିନିତ ଅଗ୍ରଓ୍ବାଲ କହିଛନ୍ତି। ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତ କେତେଦୂର ଆଗେଇଲା, ସେ ସମ୍ପର୍କରେ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଉ ନ ଥିବାରୁ ଜନସାଧାରଣ ସନ୍ଦେହ ପ୍ରକାଶ କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri