Posted inଜାତୀୟ

ନାବାଳିକା ବଳାତ୍କାର ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ, କହିଲେ ବିଚାରପତି ରୋବୋ ଭଳି କାମ ନ କରନ୍ତୁ…

ନୂଆଦିଲ୍ଲୀ,୫।୯ : ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ବିଚାରପତି ନିରପେକ୍ଷ ହେବା ଉଚିତ। ତଥାପି, ଏହାର ଅର୍ଥ ନୁହେଁ ସେ ଆଖି ବନ୍ଦ କରି ରୋବୋ ଭଳି କାର୍ଯ୍ୟ କରିବା ଜରୁରୀ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପାଟନା ହାଇକୋର୍ଟକୁ ସମାଲୋଚନା କରିଛନ୍ତି।

ଜଷ୍ଟିସ ବି.ଆର ଗାଭାଇ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତର ବେଞ୍ଚ କହିଛନ୍ତି ସମଗ୍ର ତଦନ୍ତରେ ଗୁରୁତର ତ୍ରୁଟି ରହିଛି। କେବଳ ଏତିକି ନୁହେଁ, ଫୋରେନସିକ ଲ୍ୟାବ ରିପୋର୍ଟ ମଧ୍ୟ ନିଆଯାଇ ନ ଥିଲା। ବେଞ୍ଚ କହିଛନ୍ତି ଏତେ ଗୁରୁତର ମାମଲାରେ ଏଭଳି ବଡ ଭୁଲକୁ ସାଧାରଣ ବୋଲି କହିବା ଅତ୍ୟନ୍ତ ଦୁଃଖର ବିଷୟ। ଅନୁସନ୍ଧାନ ଅଧିକାରୀଙ୍କ ଦ୍ୱାରା କୌଣସି ଯୁକ୍ତିଯୁକ୍ତ ବ୍ୟାଖ୍ୟା ପ୍ରଦାନ କରାଯାଇ ନାହିଁ। କେବଳ ଏତିକି ନୁହେଁ, ଅନୁସନ୍ଧାନକାରୀ ଅଧିକାରୀ ମଧ୍ୟ ଅଭିଯୁକ୍ତଙ୍କୁ କୌଣସି ଡାକ୍ତରଙ୍କ ଦ୍ୱାରା ମେଡିକାଲରେ ପରୀକ୍ଷା କରି ନ ଥିଲେ। ଯାହାକି ବଳାତ୍କାର ମାମଲାରେ ଅତ୍ୟନ୍ତ ଜରୁରୀ।

ପାଟନା ହାଇକୋର୍ଟକୁ ସମାଲୋଚନା କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କାରଣ ଘଟଣା ଦିନ ସେ ପୀଡିତାଙ୍କ ଘରକୁ ଆସି ତାଙ୍କୁ ନିଜ ଘରେ ଟେଲିଭିଜନ ଦେଖାଇବା ଲାଗି ପ୍ରଲୋଭିତ କରିଥିଲେ। ପୋଲିସ ମଧ୍ୟ ଠିକ ଭାବେ ଦତନ୍ତ କରି ନାହିଁ।

ସର୍ବୋଚ୍ଚ ଅଦାଲତର ବେଞ୍ଚ କହିଛନ୍ତି ନା ପ୍ରତିରକ୍ଷା ପରାମର୍ଶଦାତା, ନା ସରକାରୀ ଓକିଲ, ନା ଟ୍ରାଏଲ କୋର୍ଟର ପ୍ରିଜାଇଡିଂ ଅଫିସର ଏବଂ ଦୁର୍ଭାଗ୍ୟବଶତଃ ପରିକି ହାଇକୋର୍ଟ ମଧ୍ୟ ଏହି ଘଟଣାରେ ସତ୍ୟରେ ପହଞ୍ଚିବାକୁ ଚେଷ୍ଟା କରି ନାହାନ୍ତି। ଏଭଳି ମାମଲାରେ ଏଭଳି ତ୍ରୁଟି କାହିଁକି କରାଯାଇଛି ତାହା ବୁଝି ହେଉ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ ମୃତ୍ୟୁଦଣ୍ଡର ଆଦେଶକୁ ରଦ୍ଦ କରିଥିବା ବେଳେ ଘଟଣାର ଗୁରୁତର ତ୍ରୁଟିକୁ ଦୃଷ୍ଟିରେ ରଖି ମାମଲା ପୁନଃବିଚାର ପାଇଁ ହାଇକୋର୍ଟକୁ ପଠାଇ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri