ଜେଲରେ ୧୦ ଦିନ ପରେ ଜଣାଗଲା ନାବାଳକ

ବ୍ରହ୍ମପୁର,୬।୧୨ (ସୁବାସ ଚନ୍ଦ୍ର ପାଢ଼ୀ): ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବାପା-ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ଜଣେ ନାବାଳକ ବୋଲି ୧୦ଦିନ ପରେ ମଙ୍ଗଳବାର ଜଣାପଡିଛି। ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ବେଳେ ଜନ୍ମ ତାରିଖରେ ଭୁଲ ଦର୍ଶାଇଥିବାରୁ ଏପରି ହୋଇଛି।
ଗତ ସେପ୍ଟେମ୍ବର ୨୧ରେ ପଞ୍ଚମା ଗାଁରେ ଗଣେଶ ପୂଜା ବେଳେ ରଣ୍ଢା ଅଞ୍ଚଳର କେତେଜଣ ଯୁବକ ଦାଦାଗିରି ଦେଖାଉଥିଲେ। ଗ୍ରାମର ଭୀମ ପ୍ରଧାନ ଏହାର ପ୍ରତିବାଦ କରିବାରୁ ରାଜେଶ ଦାସ ଓ ତାଙ୍କର ସହଯୋଗୀମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେହି ସନ୍ଧ୍ୟାରେ ଅଭିଯୁକ୍ତମାନେ ଭୀମଙ୍କ ଘର ନିକଟକୁ ଯାଇଥିଲେ। ଭୀମ ନ ଥିବାବେଳେ ତାଙ୍କ ବୃଦ୍ଧ ବାପା ନିରଞ୍ଜନ ପ୍ରଧାନଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଭୀମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗୋଳନ୍ଥରା ପୋଲିସ ଗତ ୨୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା।
ଗଣେଶ ପୂଜା ଦିନ ପଞ୍ଚମା ଗ୍ରାମରେ ରଣ୍ଢା ଅଞ୍ଚଳର କେତେକ ଅସାମାଜିକ ଯୁବକ ଦାଦାଗିରି ଦେଖାଉଥିଲେ। ଭୀମ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ରାଜେଶ ଦାସ ଓ ତାଙ୍କର ସହଯୋଗୀମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେହି ସନ୍ଧ୍ୟାରେ ସେମାନେ ଭୀମଙ୍କ ଘର ନିକଟକୁ ଯାଇଥିଲେ। ଭୀମ ନ ଥିବାରୁ ତାଙ୍କ ବାପା ନିରଞ୍ଜନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଭୀମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ମାମଲା ନଂ.୪୬୨/୨୩ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗତ ୨୫ ତାରିଖରେ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ପରିବାର ଲୋକେ ସେ ନାବାଳକ ବୋଲି ଦାବି କରି ତାଙ୍କ ଓକିଲ ସୌରଭ ମୁଦୁଲିଙ୍କୁ ଜଣାଇଥିଲେ। ମୁଦୁଲି ଏ ନେଇ ଜେଏମ୍‌ଏଫସି (ଗ୍ରାମାଞ୍ଚଳ) କୋର୍ଟରେ ପିଟିଶନ ଦାଖଲ କରିଥିଲେ। କୋର୍ଟ ଏହାର ଶୁଣାଣି କରି ଜନ୍ମ ପ୍ରମାଣପତ୍ର ଦାଖଲ କରିବାକୁ ଆଦେଶ ଦେଇଥିଲେ। ଅଭିଯୁକ୍ତ ପଢ଼ୁଥିବା ଏକ ସ୍କୁଲର ଟ୍ରାନ୍ସଫର ସାର୍ଟିଫିକେଟ (ଟିସି) ବାହାର କରିଥିଲେ। ସେଥିରେ ତାଙ୍କ ଜନ୍ମ ତାରିଖ ୨୦୦୬ ଅଗଷ୍ଟ ୪ ତାରିଖ ବୋଲି ଲେଖାଯାଇଥିଲା। ଜନ୍ମ ତାରିଖ ଅନୁସାରେ ଗିରଫ ସମୟରେ ନାବାଳକଙ୍କୁ ୧୭ ବର୍ଷ ୩ମାସ ୨୧ ଦିନ ହୋଇଥିଲା। କୋର୍ଟ ନିର୍ଦ୍ଦେଶରେ ମାମଲାର ତଦନ୍ତକାରୀ ଅଧିକାରୀ ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଥିଲେ। ପରେ ନାବାଳକଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ଆବାସକୁ ପଠାଇ ଦିଆଯାଇଛି। ବୁଧବାର ତାଙ୍କ ଜାମିନ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଓକିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri