ଜୁରୁଡ଼ି-ବାମେବାରି ରାସ୍ତା ମରଣଯନ୍ତା

ଯୋଡ଼ା,୧୧ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ଜୁରୁଡ଼ି ବାମେବାରି ରାସ୍ତା ମରଣଯନ୍ତା ପାଲଟିଛି। ଜରିବାହାଲ, ଆନ୍ତରାମାନ୍ତର ଛକ ନିକଟରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରିଥାଆନ୍ତି। ଦୈନିକ ହଜାର ହଜାର ଭାରିଯାନ ଚଳାଚଳ କରିଥାଏ। ଫଳରେ ରାସ୍ତା ଅବସ୍ଥା ଅଧିକ ବିପର୍ଯ୍ୟସ୍ତ ହେଉଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଯେ, ବର୍ଷକ ପୂର୍ବେ ଏକ ଠିକା ସଂସ୍ଥା ରାସ୍ତାକୁ ନିର୍ମାଣ କରିଥିଲା। ତେବେ ଠିକା ସଂସ୍ଥା ଉକ୍ତ ଛକଠାରୁ ରେଳ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାକୁ ନିର୍ମାଣ ନ କରି ରେଳ ବିଭାଗର ଅଞ୍ଚଳ ବୋଲି ଛାଡ଼ି ଦେଇଥିଲା। ଏକ ବର୍ଷ ପୂର୍ବେ ରାସ୍ତାରେ ଛୋଟ ଛୋଟ ଖାଲ ସୃଷ୍ଟି ହୋଇଥିଲା। ମରାମତି ନ ହେବାରୁ ବର୍ତ୍ତମାନ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଖଣିଜ ବୋଝେଇ ଟ୍ରକ୍‌ ଚଳାଚଳ କରିବା ଦ୍ୱାରା ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ବର୍ଷା ପାଣି ଜମି ଏକ ପ୍ରକାର ପୋଖରୀ ସୃଷ୍ଟି ହେଉଛି। ବର୍ଷା ଦିନ ଚାଲୁଥିବାରୁ ଉକ୍ତ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନ, ଅଟୋ ରିକ୍ସା ପାସେଞ୍ଜର ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ମହାନ୍ତି, ଦାଶରଥି ପେଣ୍ଠେଇ, ଶିବ ନାରାୟଣ ପ୍ରସାଦ, ବୁଲୁ ମିଶ୍ର ପ୍ରମୁଖ ଜୁରୁଡ଼ି ରେଳ ଷ୍ଟେଶନ ମ୍ୟାନେଜରଙ୍କୁ ଭେଟି ଉକ୍ତ ଓଭରବ୍ରିଜ୍‌ ରାସ୍ତା ମରାମତି ନିମନ୍ତେ ଜଣାଇଥିବା କହିଛନ୍ତି। ଡାଙ୍ଗୁଆପଶି ଓ ଚକ୍ରଧରପୁରସ୍ଥିତ ରେଳ ବିଭାଗ ଅଧିକାରୀଙ୍କୁ ଲିଖିତଭାବେ ଜଣାଇବେ ବୋଲି କହିଛନ୍ତି। ତେଣୁ ପ୍ରଶାସନ ବିପଦପୂର୍ଣ୍ଣ ରାସ୍ତାର ମରାମତି ଦିଗରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri