ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର ନାଏକ ମନୋନୀତ ହୋଇଛନ୍ତି। ସମ୍ପାଦକ ପଦ ପାଇଁ ନାମ ଘୋଷଣା ହେବା ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଯୁଗଳ ପୂର୍ବରୁ ଯୁବ ବିଜେଡିର ତେରେସିଂହା ଗ୍ରା.ପ. ସଭାପତି, କର୍ଲାମୁଣ୍ଡା ବ୍ଲକର ଯୁବ ସଭାପତି, ଜିଲାର ଉପସଭାପତି ଥିଲେ। ଏହା ପରେ ବିଜୁ ଜନତା ଦଳ କର୍ଲାମୁଣ୍ଡା ବ୍ଲକ ସଭାପତି ଭାବରେ କାର୍ଯ୍ୟ କରି ଆସୁଥିଲେ। ଏବେ ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବରେ ନିଯୁକ୍ତି ପାଇଛନ୍ତି। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ଦଳ ବ୍ଲକ ସ୍ତରରେ ଆହୁରି ସଙ୍ଗଠିତ ହୋଇ ସଫଳତା ହାସଲ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଯୁଗଳଙ୍କ ଜିଲା ସମ୍ପାଦକ ହେବା ଜାଣି ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ସୁଟୁଛି।

Dharitri – Odisha’s No.1 Odia Daily

Share