Posted inଜାତୀୟ

ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି

ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍‌ ସାମୁଏଲ ଖ୍ରୀଷ୍ଟିଆନ ନାମକ ଅଭିଯୁକ୍ତ ନିଜ କାର୍ଯ୍ୟାଳୟରେ ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଜଜ୍‌ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ଅଭିଯୋଗରେ ପୋଲିସ ମଙ୍ଗଳବାର ମୋରିସ୍‌ଙ୍କୁ ଗିରଫ କରିଛି। ସେ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟରେ ପ୍ରକୃତ ଅଦାଲତ ପରି ମାହୋଲ ସୃଷ୍ଟି କରିବା ସହ ନିଜକୁ ଜଜ୍‌ ଭାବେ ଦର୍ଶାଇ ଆଦେଶ ପାରିତ କରୁଥିଲେ।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ର ଏକ ସରକାରୀ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ ନିଜ ମହକିଲଙ୍କ ସପକ୍ଷରେ ଆଦେଶ ପାରିତ କରିଥିଲେ। ଏହାପରେ ତାଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରି ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁ ଲୋକମାନଙ୍କର ଜମି ବିବାଦ ମାମଲା ସହରର ସିଭିଲ କୋର୍ଟରେ ପଡ଼ି ରହିଥିଲା ସେମାନଙ୍କୁ ମୋରିସ୍‌ ଟାର୍ଗେଟ କରି ଫସାଉଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ କହିଛି। ସେ ନିଜ ମହକିଲମାନଙ୍କଠାରୁ ସେମାନଙ୍କର ଜମି ବିବାଦ ସମ୍ବନ୍ଧିତ ମାମଲା ସମାଧାନ କରିବାର ଆଶା ଦେଖାଇ ତାଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଉଥିବା ପୋଲିସ କହିଛି। ମୋରିସ୍‌ ନିଜକୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥ ଭାବେ ପରିଚୟ ଦେଉଥିବା ପୋଲିସ କହିଛି। ସେ ତାଙ୍କ ମହକିଲମାନଙ୍କୁ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଉଥିଲେ, ଯାହାକୁ ସେ ଏକ ଅଦାଲତ ପରି ପ୍ରସ୍ତୁତ କରି ରଖିଥିଲେ। ସେ ଟ୍ରିବ୍ୟୁନାଲର ଅଧିକାରୀ ଭାବେ ଆଦେଶ ମଧ୍ୟ ପାରିତ କରୁଥିଲେ। ସେହିପରି ସେ ନିଜର ସହଯୋଗୀମାନଙ୍କୁ ଅଦାଲତର କର୍ମଚାରୀ କିମ୍ବା ଓକିଲ ଭାବେ ଦେଖାଉଥିଲେ। ଏହି ଉପାୟରେ ମୋରିସ୍‌ ୧୧ରୁ ଅଧିକ ବିବାଦୀୟ ଜମି ମାମଲାରେ ନିଜ ସପକ୍ଷରେ ଆଦେଶ ପାରିତ କରିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୧୯ର ଏକ ବିବାଦୀୟ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ୍‌ ଏକ ୧୦୦ ଏକର ସରକାରୀ ଜାଗାକୁ ନିଜ ନାମରେ କରିବା ପାଇଁ ଆଦେଶ ପାରିତ କରିଥିଲେ। ପୋଲିସ ଉକ୍ତ ମାମଲାରେ ହୋଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri