ଆଇଆଇଟି ବମ୍ବେ ସହ ଜେଏସ୍‌ଏଲ୍‌ର ସହଭାଗିତା

ଭୁବନେଶ୍ୱର,୩୦।୭: ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ (ଜେଏସଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବା ଆଇଆଇଟି ବମ୍ବେ ସହ ନିକଟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏହି ସହଭାଗିତା କାର୍ଯ୍ୟକ୍ରମ ଜରିଆରେ ଜେଏସଏଲର କର୍ମଚାରୀଙ୍କ ପାଇଁ ଷ୍ଟିଲ ଟେକ୍ନୋଲୋଜିରେ ଦୁଇ ବର୍ଷିଆ ଏମଟେକ୍‌ ପାଠ୍ୟକ୍ରମର ଦ୍ୱିତୀୟ ବ୍ୟାଚ୍‌ ଆରମ୍ଭ କରିଛି।

ଏପରିକି ଉନ୍ନତ ପ୍ରକ୍ରିୟା ଓ ଅଭ୍ୟାସ ପାଇଁ ଅଭିନବ ଉପାୟରେ ଜୀବନରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ତଥା ବିଶ୍ୱସ୍ତରୀୟ ସମାଧାନ ସୃଷ୍ଟି କରିବାରେ ଅଗ୍ରଣୀ ସ୍ଥାନ ବଜାୟ ରଖିବା ପାଇଁ କମ୍ପାନୀ ଏହି ପାଠ୍ୟକ୍ରମ ଆରମ୍ଭ କରିଛି।
ସେହିଭଳି ଲୁହା ଏବଂ ଇସ୍ପାତ ତିଆରି ପ୍ରଯୁକ୍ତି ବିଦ୍ୟା ବିଷୟରେ କର୍ମଚାରୀଙ୍କ ଜ୍ଞାନକୁ ଗଭୀର କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଅତ୍ୟାଧୁନିକ ଶିଳ୍ପ ଉଦ୍ଭାବନ ବିଷୟରେ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରାୟୋଜିତ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଭିନ୍ନ ଯୋଗ୍ୟତା ମାନଦଣ୍ଡ ଯଥା ଜିନ୍ଦଲ ଷ୍ଟେନଲେସ୍‌ କିମ୍ବା ଏହାର ସହାୟକ ସଂସ୍ଥାରେ ଅତିକମରେ ତିନି ବର୍ଷର କାର୍ଯ୍ୟକାଳ, ସର୍ବନିମ୍ନ ୬୦% ସହିତ ମେକାନିକାଲ କିମ୍ବା ମେଟାଲର୍ଜିରେ ବିଟେକ୍‌ ଡିଗ୍ରୀ ଏବଂ ସଂସ୍ଥାରେ ନିରନ୍ତର ଉତମ ପ୍ରଦର୍ଶନଭଳି ମାନଦଣ୍ଡ ସାମିଲ ରହିଛି।

ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବଜାର ଧାରାର ପୂର୍ବାନୁମାନ କରିବା ସହ ଅଗ୍ରଣୀ ରହିବା ପାଇଁ ବିଶେଷ ଜ୍ଞାନ ଥିବା ଉଚ୍ଚ କୁଶଳୀ ପେସାଦାର ସୃଷ୍ଟି କରିବା ସକାଶେ ଏହି ପଦକ୍ଷେପ ନିଆଯାଇଛି। ଜିନ୍ଦଲ ଷ୍ଟେନଲେସରେ ଆମେ ଲୋକଙ୍କ ଉପରେ ନିବେଶ କରିବା ଏବଂ ନିରନ୍ତର ଶିକ୍ଷା ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରିଥାଏ। ଭାରତର ପ୍ରମୁଖ ଇଞ୍ଜିନିୟରିଂ କଲେଜ ସହ ଭାଗିଦାରୀ କରି ଆମେ କେବଳ ଆମର ଜ୍ଞାନ ପରିସର ବୃଦ୍ଧି କରୁ ନାହୁଁ, ବରଂ ଭାରତୀୟ ଷ୍ଟେନଲେସ୍‌ ଇସ୍ପାତ ଶିଳ୍ପର ମାନକୁ ମଧ୍ୟ ଉନ୍ନତ କରିବୁ ବୋଲି ଆମେ ବିଶ୍ୱାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri