ଜେଏସ୍‌ଏଲ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୮।୭:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜେଏସ୍‌ଏଲ୍‌ର ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ବିଶେଷ କରି ମାକ୍ରୋ-ଅର୍ଥନୈତିକ କାରଣଗୁଡିକ ଦ୍ୱାରା ବିକ୍ରୟ ଏବଂ ବଜାରର ଅସ୍ଥିରତା ସତ୍ତ୍ୱେ କମ୍ପାନୀର ସ୍ବତନ୍ତ୍ର ବିକ୍ରୟ ପରିମାଣ ୫୪୮,୬୧୩ ମେଟ୍ରିକ୍‌ ଟନ୍‌ରେ ପହଞ୍ଚତ୍ଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୫୪% ଅଭିବୃଦ୍ଧି ହୋଇଛି। ଏପରିକି ପ୍ରଥମ ତ୍ରୈମାସିକରେ କମ୍ପାନୀର ନେଟ୍‌ ରାଜସ୍ବ ୧୦,୦୨୭ କୋଟି ଟଙ୍କା ହୋଇଛି, ଯାହାକି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଏହା ୨୫% ବୃଦ୍ଧି ପାଇଛି। ସେହିପରି କମ୍ପାନୀର ଇବିଆଇଟିଡିଏ ୧,୧୧୮ କୋଟି ଟଙ୍କାରେ ରହିଥିବାବେଳେ ଲାଭ ପରବର୍ତ୍ତୀ ଟିକସ (ପିଏଟି) ପରିମାଣ ୬୬୬ କୋଟି ଟଙ୍କାରେ ରହିଛି। ଏପରିକି ପ୍ରଥମ ତ୍ରୈମାସିକ ପାଇଁ କମ୍ପାନୀର ସର୍ବମୋଟ ଋଣ ୨,୯୫୬ କୋଟି ଟଙ୍କା ରେକର୍ଡ କରାଯାଇଥିଲା ବେଳେ ସର୍ବମୋଟ ଡେବ୍‌ଟ-ଟୁ-ଇକ୍ୱିଟି ୦.୨ ଅନୁପାତରେ ପହଞ୍ଚତ୍ଛି। ଅପରପକ୍ଷରେ କମ୍ପାନୀର ନେଟ୍‌ ରାଜସ୍ବ ୨୫% ବୃଦ୍ଧି ପାଇ ୧୦,୧୮୪ କୋଟିରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଇବିଆଇଟିଡିଏ ଏବଂ ପିଏଟି ଯଥାକ୍ରମେ ୧,୧୯୨ କୋଟି ଏବଂ ୭୩୮ କୋଟି ଟଙ୍କାରେ ପହଞ୍ଚତ୍ଛି। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମେ ନିକଟରେ ଆମର କ୍ଷମତା ବୃଦ୍ଧି କରିଛୁ। ତେଣୁ ସମ୍ପ୍ରସାରିତ ୟୁନିଟ୍‌ଗୁଡ଼ିକର ସ୍ଥିରତା ଏବଂ ସମନ୍ବୟ ଉପରେ ବିଶେଷ ଧ୍ୟାନ ଦିଆଯିବ। ଯେଉଁଠାରେ ସମ୍ଭବପର ଏବଂ ଘରୋଇ ବଜାର ଉପରେ ଆମେ ଏକ ତୀକ୍ଷଣ ଧ୍ୟାନ ବଜାୟ ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri