ରେନ୍ୟୁ ପାୱାର ସହ ଜେଏସ୍‌ଏଲ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୬।୧୨: ଦେଶର ପ୍ରମୁଖ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) ସହ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାରର ନିକଟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏପରିକି ଯାଜପୁର ପ୍ଲାଣ୍ଟକୁ ଶକ୍ତି ଯୋଗାଣ ପାଇଁ ଏକ ୟୁଟିଲିଟି ସ୍କେଲ କ୍ୟାପ୍ଟିଭ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଦେଶର ସର୍ବବୃହତ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାର ସହ ଉକ୍ତ ଚୁକ୍ତିନାମା ହୋଇଥିବା ଜଣାପଡିଛି। ବିଶେଷ କରି ୧୦୦ମେଗାୱାଟର ଚୁକ୍ତିଭିତ୍ତିକ କ୍ଷମତା ପ୍ରତି ବର୍ଷ ୭୦୦ନିୟୁତ ୟୁନିଟ୍‌ ଶକ୍ତି ସୌର ଏବଂ ପବନ ଉତ୍ପାଦିତ ଶକ୍ତି ପ୍ରକଳ୍ପର ମିଶ୍ରଣ ମାଧ୍ୟମରେ ଉତ୍ପନ୍ନ ହେବ। ଏହି ଅଭିନବ ବାୟୁ-ସୌର ହାଇବ୍ରିଡ୍‌ ସମାଧାନ ସହ ଉଚ୍ଚକ୍ଷମତା ବ୍ୟବହାର କାରକ, ଚୁକ୍ତିଭିତ୍ତିକ କ୍ଷମତାର ୟୁନିଟ୍‌ ପିଛା ଯଥେଷ୍ଟ ଅଧିକ ଶକ୍ତି ଉତ୍ପାଦନ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି। ଏଥି ସହିତ ରେନ୍ୟୁ ପାୱାର ତା’ର ରାଉଣ୍ଡ ଦ କ୍ଲକ୍‌ (ଆରଟିସି) ସମାଧାନକୁ ମଧ୍ୟ ବି୨ବି ସ୍ପେସକୁ ଆଣିଛି, ଯାହା ଗତ ବର୍ଷ ଆରମ୍ଭରେ ୟୁଟିଲିଟି ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା

ଏ ସମ୍ପର୍କରେ ଜେଏସଏଲର ଏମଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଭାରତର ଶୂନ୍ୟ କାର୍ବନ ନିର୍ଗମନର ଲକ୍ଷ୍ୟ ସହ ତାଳ ମିଳାଇ ଜିନ୍ଦଲ ଷ୍ଟେନଲେସ କେବଳ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ବଦ୍ଧ ଏବଂ ଏହି ପଦକ୍ଷେପ ଆମର ସଂକଳ୍ପକୁ ଆହୁରି ଦୃଢ କରିଛି। ରେନ୍ୟୁ ପାୱାର ସହ ଆମର ପ୍ରକଳ୍ପ ୨୦୨୪ ମେ ସୁଦ୍ଧା ବାଣିଜି୍ୟକ କାର୍ଯ୍ୟ ଆରମ୍ଭ କରିବ ଏବଂ ପ୍ରତିବର୍ଷ ୬.୫ ଲକ୍ଷ ଟନରୁ ଅଧିକ କାର୍ବନ ଅବରୋଧରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ। ସେହିଭଳି ରେନ୍ୟୁ ପାୱାରର ପ୍ରତିଷ୍ଠାତା, ଚେୟାରମ୍ୟାନ୍‌ ତଥା ସିଇଓ ସୁମନ୍ତ ସିହ୍ନା କହିଛନ୍ତି, ଭାରତୀୟ ଉତ୍ପାଦନ କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ସ ବିକାଶରେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ ସହ ଅଂଶୀଦାର ହୋଇ ଆମେ ବେଶ ଆନନ୍ଦିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri