ରେନ୍ୟୁ ପାୱାର ସହ ଜେଏସ୍‌ଏଲ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୬।୧୨: ଦେଶର ପ୍ରମୁଖ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) ସହ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାରର ନିକଟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏପରିକି ଯାଜପୁର ପ୍ଲାଣ୍ଟକୁ ଶକ୍ତି ଯୋଗାଣ ପାଇଁ ଏକ ୟୁଟିଲିଟି ସ୍କେଲ କ୍ୟାପ୍ଟିଭ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଦେଶର ସର୍ବବୃହତ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାର ସହ ଉକ୍ତ ଚୁକ୍ତିନାମା ହୋଇଥିବା ଜଣାପଡିଛି। ବିଶେଷ କରି ୧୦୦ମେଗାୱାଟର ଚୁକ୍ତିଭିତ୍ତିକ କ୍ଷମତା ପ୍ରତି ବର୍ଷ ୭୦୦ନିୟୁତ ୟୁନିଟ୍‌ ଶକ୍ତି ସୌର ଏବଂ ପବନ ଉତ୍ପାଦିତ ଶକ୍ତି ପ୍ରକଳ୍ପର ମିଶ୍ରଣ ମାଧ୍ୟମରେ ଉତ୍ପନ୍ନ ହେବ। ଏହି ଅଭିନବ ବାୟୁ-ସୌର ହାଇବ୍ରିଡ୍‌ ସମାଧାନ ସହ ଉଚ୍ଚକ୍ଷମତା ବ୍ୟବହାର କାରକ, ଚୁକ୍ତିଭିତ୍ତିକ କ୍ଷମତାର ୟୁନିଟ୍‌ ପିଛା ଯଥେଷ୍ଟ ଅଧିକ ଶକ୍ତି ଉତ୍ପାଦନ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି। ଏଥି ସହିତ ରେନ୍ୟୁ ପାୱାର ତା’ର ରାଉଣ୍ଡ ଦ କ୍ଲକ୍‌ (ଆରଟିସି) ସମାଧାନକୁ ମଧ୍ୟ ବି୨ବି ସ୍ପେସକୁ ଆଣିଛି, ଯାହା ଗତ ବର୍ଷ ଆରମ୍ଭରେ ୟୁଟିଲିଟି ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା

ଏ ସମ୍ପର୍କରେ ଜେଏସଏଲର ଏମଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଭାରତର ଶୂନ୍ୟ କାର୍ବନ ନିର୍ଗମନର ଲକ୍ଷ୍ୟ ସହ ତାଳ ମିଳାଇ ଜିନ୍ଦଲ ଷ୍ଟେନଲେସ କେବଳ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ବଦ୍ଧ ଏବଂ ଏହି ପଦକ୍ଷେପ ଆମର ସଂକଳ୍ପକୁ ଆହୁରି ଦୃଢ କରିଛି। ରେନ୍ୟୁ ପାୱାର ସହ ଆମର ପ୍ରକଳ୍ପ ୨୦୨୪ ମେ ସୁଦ୍ଧା ବାଣିଜି୍ୟକ କାର୍ଯ୍ୟ ଆରମ୍ଭ କରିବ ଏବଂ ପ୍ରତିବର୍ଷ ୬.୫ ଲକ୍ଷ ଟନରୁ ଅଧିକ କାର୍ବନ ଅବରୋଧରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ। ସେହିଭଳି ରେନ୍ୟୁ ପାୱାରର ପ୍ରତିଷ୍ଠାତା, ଚେୟାରମ୍ୟାନ୍‌ ତଥା ସିଇଓ ସୁମନ୍ତ ସିହ୍ନା କହିଛନ୍ତି, ଭାରତୀୟ ଉତ୍ପାଦନ କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ସ ବିକାଶରେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ ସହ ଅଂଶୀଦାର ହୋଇ ଆମେ ବେଶ ଆନନ୍ଦିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୯ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି...

ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ।...

ଭାରତୀୟ ବ୍ୟାଙ୍କଗୁଡ଼ିକୁ ସତର୍କ କଲା ଆର୍‌ବିଆଇ

ଭୁବନେଶ୍ୱର,୧୯।୩: ଦିନକୁ ଦିନ ସାଇବର ଅପରାଧର ଆଶଙ୍କା ବଢ଼ୁଥିବାବେଳେ ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ରୀୟ...

ବିଜିୟୁରେ ୩ ଦିନିଆ ଜାତୀୟ କର୍ମଶାଳା

ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ନିଆଦିଲ୍ଲୀର କନ୍‌ସୋର୍ଟିୟମ ଫର୍‌ ଏଜୁକେଶନାଲ କମ୍ୟୁନିକେଶନ (ସିଇସି) ଏବଂ କେନ୍ଦ୍ର...

ବଜାରରେ ହାୟର ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫...

ମିଭାନ ସାମନ୍ତରାୟ ଜିତିଲେ ‘ହାର୍‌ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୧୯।୩: ଓଡ଼ିଶାର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଶୋ’ରୁମ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆୟୋଜିତ ଲକି ଡ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଭାଗ୍ୟଶାଳୀ...

ଦଶପଲ୍ଲାରେ ଏମ୍‌ଆର୍‌ଏଫ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୯।୩ (ଅଭୟ ଦାଶ): ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଟାୟାର ଉତ୍ପାଦକ କମ୍ପାନୀ ଏମ୍‌ଆର୍‌ଏଫ୍‌ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଆଶୁତୋଷ ଟାୟାର୍ସ’ ସୋମବାର ନୟାଗଡ଼ର ଦଶପଲ୍ଲାସ୍ଥିତ ହରିଡାବାରିଠାରେ...

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri