ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୧।୭: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ନିକଟରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ତ୍ରୈମାସରେ ମୋଟ ୫,୭୮,୧୪୩ ଟନ୍‌ ବିକ୍ରି ରେକର୍ଡ କରିଛି, ଯାହା ଚଳିତ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈମାସ ତୁଳନାରେ ୧.୪% ଅଧିକ ବୋଲି କୁହାଯାଉଛି।
ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଏକକ ମୋଟ ରାଜସ୍ବ ତ୍ରୈମାସିକ ଭିତ୍ତିରେ ୦.୭% ବୃଦ୍ଧି ପାଇ ୯,୫୮୫ କୋଟି ଟଙ୍କା ରେକର୍ଡ କରାଯାଇଛି। ଏପରିକି ଏକକ ଏବିଆଇଟିଡିଏ ଓ ଟିକସ ପରବର୍ତ୍ତୀ ଲାଭ ଯଥାକ୍ରମେ ୧୦୦୪ କୋଟି ଟଙ୍କା ଓ ୫୭୮ କୋଟି ଟଙ୍କା ରହିଛି। ଉଭୟ ପକ୍ଷରେ ପ୍ରାୟ ୨୧% ବୃଦ୍ଧି ତ୍ରୈମାସିକ ଭିତ୍ତିରେ ହୋଇଛି। କମ୍ପାନୀ ୩,୨୯୬କୋଟି ଟଙ୍କାର ମୋଟ ଋଣ ଏବଂ ମୋଟ ଋଣ-ଇକ୍ୱିଟି ଅନୁପାତ ପ୍ରାୟ ୦.୨୩ ସହ ଏକ ସୁଦୃଢ଼ ବାଲାନ୍ସ ସିଟ୍‌ ବଜାୟ ରଖିଛି। ଏକୀକୃତ ଏବିଆଇଟିଡିଏ ୯,୪୩୦ କୋଟି ଟଙ୍କା ଥିବାବେଳେ ଟିକସ ପରବର୍ତ୍ତୀ ଲାଭ ୬୪୬ କୋଟି ଟଙ୍କା ରେକର୍ଡ କରାଯାଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଫେରୋ ନିକେଲ ଉପରେ ସୀମା ଶୁଳ୍କ ହଟାଇଥିବାରୁ ଆମେ ସମଗ୍ର ଶିଳ୍ପଜଗତ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। କାରଣ ଏହା ଘରୋଇ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତାରେ ବେଶ୍‌ ସହାୟକ ହେବ। ଏପରିକି ପ୍ରଥମ ତ୍ରୈମାସରେ ଆମର ସାମ୍ପ୍ରତିକ ସମ୍ପ୍ରସାରଣ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ କମ୍ପାନୀର ବିଶେଷ ଧ୍ୟାନ ରହିଥିଲା। କ୍ରୋମେନି ଅଧିଗ୍ରହଣ ମାଧ୍ୟମରେ ଆମ ଉତ୍ପାଦ ବର୍ଗର କୋଲ୍ଡ ରୋଲ୍ଡ କ୍ଷମତା ଯୋଡ଼ିବା,ମାନକୀକରଣ କ୍ଷେତ୍ରରେ ସରକାରଙ୍କ ପ୍ରଗତିଶୀଳ ପଦକ୍ଷେପ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର ଯୋଜନାବଦ୍ଧ କୋ-ବ୍ରାଣ୍ଡିଂ ସ୍କିମ୍‌ ଆମ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ନିମ୍ନ ବ୍ୟବହାର ଅବଧି ଖର୍ଚ୍ଚ ଏବଂ ହାଲୁକା ଓଜନ ଗୁଣ ସମ୍ପର୍କରେ ବଢୁଥିବା ସଚେତନତାକୁ ଦୃଷ୍ଟିରେ ରଖି ଆମେ ସାରା ଆର୍ଥତ୍କ ବର୍ଷରେ କମ୍ପାନୀର ଅଭିବୃଦ୍ଧି ସମ୍ଭାବନାକୁ ନେଇ ନିଶ୍ଚିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?