ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର,୨୭ା୨ : ୨୮ ତାରିଖ ଅର୍ଥାତ୍‌ ଆସନ୍ତାକାଲି ପ୍ରଥମଥର ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି।
ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍‌ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ନଡ୍ଡା ଆଜିଠାରୁ ଦୁଇଦିନଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟା ୭ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ କୋଣାର୍କ ଯାଇ ରାତ୍ରିଯାପନ କରିବେ। ଆସନ୍ତାକାଲି ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଚର୍ଚ୍ଚା ଏବଂ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

Share
Tags: bjpjp nadda