୦ ରୁ ୧ କୋଟିର ଯାତ୍ରା! ଧନୀ ହେବାକୁ ଚାହୁଁଥିବା ସାଧାରଣ ଲୋକ ଆପଣାନ୍ତୁ ଏହି ସହଜ ଉପାୟ, ବଦଳିଯିବ ଭାଗ୍ୟ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି କୋଟିପତି ହେବାକୁ ଚାହାନ୍ତି। ଯଦି ଆପଣଙ୍କର ସେଭଳି କିଛି ସ୍ବପ୍ନ ଅଛି ଏବଂ ସେଥିପାଇଁ ଆପଣ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ହେଲେ ପାଖରେ ଅଧିକ ଦରମାର ଚାକିରି ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ। କାରଣ ଧନୀ ହେବା ଭାଗ୍ୟରୁ ନୁହେଁ ବରଂ ନିରନ୍ତର ସଞ୍ଚୟ, ଅନୁଶାସନ ଯୋଗୁ ସମ୍ଭବ ହୋଇପାରେ ବୋଲି ଚାଟାର୍ଡ ଆକାଉଣ୍ଟାଣ୍ଟ ନୀତିନ କୌଶିକ ‘ଏକ୍ସ’ରେ କହିଛନ୍ତି।

ଅର୍ଥନୈତିକ ସୁରକ୍ଷା:
କୌଶିକ ପରାମର୍ଶ ଦେଇଛନ୍ତି ଯେ ଅର୍ଥନୈତିକ ସୁରକ୍ଷା ପାଇଁ ସଞ୍ଚୟ ଖାତା ନଚେତ ଏଫ୍‌ଡିରେ ୧ ଲକ୍ଷ ଟଙ୍କା ଜମା କରନ୍ତୁ। ଏହି ଟଙ୍କା ଚାକିରି ହରାଇଲେ, ସ୍ବାସ୍ଥ୍ୟଗତ ଏମରଜେନ୍ସି ଅଥବା ହଠାତ ହେବାକୁ ଥିବା ଖର୍ଚ୍ଚ ସମୟରେ ସୁରକ୍ଷା କବଚ ଭଳି କାମ ଦେବ। ତେବେ ନିବେଶ କରିବା ପୂର୍ବରୁ ସର୍ବଦା ସୁରକ୍ଷା ଜାଲ ସୃଷ୍ଟି କରନ୍ତୁ।

ଦୀର୍ଘମିଆଦି ନିବେଶ:
ପରବର୍ତ୍ତୀ ପଦକ୍ଷେପ ଲଙ୍ଗ ଟର୍ମ ନିବେଶ ଅଟେ। ଇକୁଇଟି ମ୍ୟୁଚୁଆଲ ଫଣ୍ଡରେ SIP ଜରିଆରେ ପ୍ରତି ମାସରେ ୧୦୦୦୦ ଟଙ୍କା ନିବେଶ କରନ୍ତୁ। ୧୨% CAGR ଅନୁଯାୟୀ ଏହା ୨୦ ବର୍ଷରେ ୧ କୋଟିରେ ପହଞ୍ଚିପାରେ। ମାର୍କେଟରେ ସଠିକ ସମୟରେ ନିବେଶ ଅଧିକ ଜରୁରୀ ଅଟେ।

ବୀମା, ଫ୍ରିଡମ୍‌ ଫଣ୍ଡ ଏବଂ ଅନ୍ୟାନ୍ୟ:
କୌଶିକ ଏକ୍ସଟ୍ରା ଇନକମ୍‌ ଶକ୍ତି ଉପରେ ଫୋକସ କରନ୍ତି। ସେ କହିଛନ୍ତି ଯେ ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏଶନ, ଟ୍ୟୁଶନ ଅଥବା ଏଭଳି କାମ କରି ପ୍ରତି ମାସରେ ୩୦ହଜାର ଟଙ୍କା ରୋଜଗାର କରିବାର ଟାର୍ଗେଟ ରଖନ୍ତୁ। ଏହାର ବ୍ୟବହାର କେବଳ ନିବେଶ ଅଥବା ସମ୍ପତ୍ତି କିଣିବାରେ ଲଗାନ୍ତୁ।

ଏଭଳି କିଛି ଅଭ୍ୟାସ ଦ୍ୱାରା ୧୦ ବର୍ଷ ମଧ୍ୟରେ ଆପଣଙ୍କ ସମ୍ପତ୍ତିରେ ୩୦-୪୦ ଲକ୍ଷ ଟଙ୍କା ଯୋଡ଼ି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri