ଜର୍ଜିଆ ମେଲୋନିଙ୍କୁ ଥଟ୍ଟା କରି ହଟହଟା ହେଲେ ଖବରଦାତା; ୪.୫ ଲକ୍ଷ ଟଙ୍କା ଦେଲେ ଜରିମାନା

ନୂଆଦିଲ୍ଲୀ, ୧୯।୭: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଥଟ୍ଟା କରି ହଟହଟା ହେଲେ ଖବରଦାତା। ମେଲୋନିଙ୍କ ଉଚ୍ଚତା ଉପରେ ସୋସିଆଲ ମିଡିଆରେ ଥଟ୍ଟା ପୋଷ୍ଟ କରିଥିବା ଖବରଦାତାଙ୍କ ଉପରେ ୫,୦୦୦ ୟୁରୋ (୪.୫ ଲକ୍ଷ ଟଙ୍କା) ର ଜରିମାନା ଲଗାଇଲେ କୋର୍ଟ।

ସେହିପରି ଅକ୍ଟୋବର ୨୦୨୧ ରେ ମେଲୋନିଙ୍କ ଉଚ୍ଚତା ଉପରେ ଟ୍ୱିଟର (ବର୍ତ୍ତମାନ ଏକ୍ସ)ରେ କଟାକ୍ଷ କରିବା ପାଇଁ ଖବରଦାତା ଜୁଲିଆ କର୍ଟେସଙ୍କୁ ଅତିରିକ୍ତ ୧,୨୦୦ ୟୁରୋ (ଏକ ଲକ୍ଷ ଟଙ୍କା) ଜରିମାନା କରାଯାଇଛି। ଯାହା ଏକ ଶାରୀରିକ ଆକ୍ଷେପ ଅଟେ।

ଏହି ମାମଲାରେ କୋର୍ଟ ତାଙ୍କର ରାୟ ଶୁଣାଇବା ପରେ ଜୁଲିଆ କର୍ଟେସ ଏକ୍ସରେ ଲେଖିଛନ୍ତି, ‘ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଭିନ୍ନ ମତକୁ ନେଇ ଇଟାଲୀ ସରକାରଙ୍କର ଏକ ଗୁରୁତର ସମସ୍ୟା ରହିଛି।’ ତିନି ବର୍ଷ ପୂର୍ବେ ସୋସିଆଲ ମିଡିଆରେ ମୁହାଁମୁହିଁ ହେବା ପରେ ମେଲୋନି ଖବରଦାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।

ମାମଲା ରୁଜୁ କରିବା ସମୟରେ ମେଲୋନିଙ୍କ ପାର୍ଟି ‘ବ୍ରଦର୍ସ ଅଫ ଇଟାଲୀ’ ବିରୋଧୀ ଆସନରେ ଥିଲେ ଯେତେବେଳେ ଜୁଲିଆ କର୍ଟେସ ତାଙ୍କୁ ଉପହାସ କରି ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ମେଲୋନିଙ୍କ ଫଟୋ ଏବଂ ବ୍ୟାକଗ୍ରାଉଣ୍ଡର ଫାସିଷ୍ଟ ନେତା ବେନିଟୋ ମୁସୋଲିନିଙ୍କ ଫଟୋ ଥିଲା।

ଏହି ପୋଷ୍ଟରେ ଜୁଲିଆ କର୍ଟେସ ଲେଖିଥିଲେ “ତୁମେ ମୋତେ ଭୟଭୀତ କରିପାରିବ ନାହିଁ, ଜର୍ଜିଆ ମେଲୋନି। ସର୍ବଶେଷରେ, ତୁମେ ମାତ୍ର ୧.୨ ମିଟର (୪ ଫୁଟ)। ମୁଁ ତୁମକୁ ମଧ୍ୟ ଦେଖିପାରୁ ନାହିଁ।” ସୂଚନାଯୋଗ୍ୟ ବିଭିନ୍ନ ମିଡିଆ ୱେବସାଇଟରେ ମେଲୋନିଙ୍କ ଉଚ୍ଚତା ୧.୫୮ ମିଟରରୁ ୧.୬୩ ମିଟର ମଧ୍ୟରେ ଦିଆଯାଏ।

ତେବେ କର୍ଟେସ ଏହି ଦଣ୍ଡ ବିରୋଧରେ ଆବେଦନ କରିପାରିବେ ଏବଂ ମେଲୋନିଙ୍କ ଓକିଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଯଦି କୌଣସି କ୍ଷତିପୂରଣ ମିଳେ ସେ ତାହା ଚାରିଟିକୁ ଦାନ କରିବେ।

କୋର୍ଟଙ୍କ ରାୟ ପରେ ଗୁରୁବାର ଏକ୍ସ’ରେ ଜୁଲିଆ କର୍ଟେସ କହିଛନ୍ତି ଯେ, ”ଇଟାଲୀର ସ୍ୱାଧୀନ ଖବରଦାତାଙ୍କ ପାଇଁ ଏହା ଏକ କଠିନ ସମୟ। କେବଳ ଭଲ ଦିନ ପାଇଁ ଆଶା କରିବା। ଆମେ ହାର ମାନିବୁ ନାହିଁ!”

ସେପଟେ ଇଟାଲୀରେ ଚଳିତ ବର୍ଷ ଖବରଦାତାଙ୍କ ବିରୋଧରେ ମାମଲା ବୃଦ୍ଧି ପାଇଛି, ଯାହା ଇଟାଲୀକୁ ୨୦୨୪ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସରେ ପାଞ୍ଚ ସ୍ଥାନ ପଛକୁ ଯାଇ ୪୬ ତମ ସ୍ଥାନରେ ରହିଛି।

ଖବରଦାତାଙ୍କୁ କୋର୍ଟକୁ ଟାଣିବା ମେଲୋନିଙ୍କ ପାଇଁ ନୂଆ ନୁହେଁ। ୨୦୨୧ରେ ମେଲୋନିଙ୍କୁ ଏକ ଟିଭି କାର‌୍ୟ୍ୟକ୍ରମରେ କଟାକ୍ଷ କରିବା ପରେ ଗତ ବର୍ଷ ରୋମ କୋର୍ଟ ସର୍ବାଧିକ ବିକ୍ରି ହୋଇଥିବା ଲେଖକ ରୋବର୍ଟୋ ସାଭିଆନୋଙ୍କୁ ୧୦୦୦ ୟୁରୋ ଏବଂ ଆଇନଗତ ଖର୍ଚ୍ଚ ଜରିମାନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri