ଜର୍ଜିଆ ମେଲୋନିଙ୍କୁ ଥଟ୍ଟା କରି ହଟହଟା ହେଲେ ଖବରଦାତା; ୪.୫ ଲକ୍ଷ ଟଙ୍କା ଦେଲେ ଜରିମାନା

ନୂଆଦିଲ୍ଲୀ, ୧୯।୭: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଥଟ୍ଟା କରି ହଟହଟା ହେଲେ ଖବରଦାତା। ମେଲୋନିଙ୍କ ଉଚ୍ଚତା ଉପରେ ସୋସିଆଲ ମିଡିଆରେ ଥଟ୍ଟା ପୋଷ୍ଟ କରିଥିବା ଖବରଦାତାଙ୍କ ଉପରେ ୫,୦୦୦ ୟୁରୋ (୪.୫ ଲକ୍ଷ ଟଙ୍କା) ର ଜରିମାନା ଲଗାଇଲେ କୋର୍ଟ।

ସେହିପରି ଅକ୍ଟୋବର ୨୦୨୧ ରେ ମେଲୋନିଙ୍କ ଉଚ୍ଚତା ଉପରେ ଟ୍ୱିଟର (ବର୍ତ୍ତମାନ ଏକ୍ସ)ରେ କଟାକ୍ଷ କରିବା ପାଇଁ ଖବରଦାତା ଜୁଲିଆ କର୍ଟେସଙ୍କୁ ଅତିରିକ୍ତ ୧,୨୦୦ ୟୁରୋ (ଏକ ଲକ୍ଷ ଟଙ୍କା) ଜରିମାନା କରାଯାଇଛି। ଯାହା ଏକ ଶାରୀରିକ ଆକ୍ଷେପ ଅଟେ।

ଏହି ମାମଲାରେ କୋର୍ଟ ତାଙ୍କର ରାୟ ଶୁଣାଇବା ପରେ ଜୁଲିଆ କର୍ଟେସ ଏକ୍ସରେ ଲେଖିଛନ୍ତି, ‘ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଭିନ୍ନ ମତକୁ ନେଇ ଇଟାଲୀ ସରକାରଙ୍କର ଏକ ଗୁରୁତର ସମସ୍ୟା ରହିଛି।’ ତିନି ବର୍ଷ ପୂର୍ବେ ସୋସିଆଲ ମିଡିଆରେ ମୁହାଁମୁହିଁ ହେବା ପରେ ମେଲୋନି ଖବରଦାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।

ମାମଲା ରୁଜୁ କରିବା ସମୟରେ ମେଲୋନିଙ୍କ ପାର୍ଟି ‘ବ୍ରଦର୍ସ ଅଫ ଇଟାଲୀ’ ବିରୋଧୀ ଆସନରେ ଥିଲେ ଯେତେବେଳେ ଜୁଲିଆ କର୍ଟେସ ତାଙ୍କୁ ଉପହାସ କରି ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ମେଲୋନିଙ୍କ ଫଟୋ ଏବଂ ବ୍ୟାକଗ୍ରାଉଣ୍ଡର ଫାସିଷ୍ଟ ନେତା ବେନିଟୋ ମୁସୋଲିନିଙ୍କ ଫଟୋ ଥିଲା।

ଏହି ପୋଷ୍ଟରେ ଜୁଲିଆ କର୍ଟେସ ଲେଖିଥିଲେ “ତୁମେ ମୋତେ ଭୟଭୀତ କରିପାରିବ ନାହିଁ, ଜର୍ଜିଆ ମେଲୋନି। ସର୍ବଶେଷରେ, ତୁମେ ମାତ୍ର ୧.୨ ମିଟର (୪ ଫୁଟ)। ମୁଁ ତୁମକୁ ମଧ୍ୟ ଦେଖିପାରୁ ନାହିଁ।” ସୂଚନାଯୋଗ୍ୟ ବିଭିନ୍ନ ମିଡିଆ ୱେବସାଇଟରେ ମେଲୋନିଙ୍କ ଉଚ୍ଚତା ୧.୫୮ ମିଟରରୁ ୧.୬୩ ମିଟର ମଧ୍ୟରେ ଦିଆଯାଏ।

ତେବେ କର୍ଟେସ ଏହି ଦଣ୍ଡ ବିରୋଧରେ ଆବେଦନ କରିପାରିବେ ଏବଂ ମେଲୋନିଙ୍କ ଓକିଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଯଦି କୌଣସି କ୍ଷତିପୂରଣ ମିଳେ ସେ ତାହା ଚାରିଟିକୁ ଦାନ କରିବେ।

କୋର୍ଟଙ୍କ ରାୟ ପରେ ଗୁରୁବାର ଏକ୍ସ’ରେ ଜୁଲିଆ କର୍ଟେସ କହିଛନ୍ତି ଯେ, ”ଇଟାଲୀର ସ୍ୱାଧୀନ ଖବରଦାତାଙ୍କ ପାଇଁ ଏହା ଏକ କଠିନ ସମୟ। କେବଳ ଭଲ ଦିନ ପାଇଁ ଆଶା କରିବା। ଆମେ ହାର ମାନିବୁ ନାହିଁ!”

ସେପଟେ ଇଟାଲୀରେ ଚଳିତ ବର୍ଷ ଖବରଦାତାଙ୍କ ବିରୋଧରେ ମାମଲା ବୃଦ୍ଧି ପାଇଛି, ଯାହା ଇଟାଲୀକୁ ୨୦୨୪ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସରେ ପାଞ୍ଚ ସ୍ଥାନ ପଛକୁ ଯାଇ ୪୬ ତମ ସ୍ଥାନରେ ରହିଛି।

ଖବରଦାତାଙ୍କୁ କୋର୍ଟକୁ ଟାଣିବା ମେଲୋନିଙ୍କ ପାଇଁ ନୂଆ ନୁହେଁ। ୨୦୨୧ରେ ମେଲୋନିଙ୍କୁ ଏକ ଟିଭି କାର‌୍ୟ୍ୟକ୍ରମରେ କଟାକ୍ଷ କରିବା ପରେ ଗତ ବର୍ଷ ରୋମ କୋର୍ଟ ସର୍ବାଧିକ ବିକ୍ରି ହୋଇଥିବା ଲେଖକ ରୋବର୍ଟୋ ସାଭିଆନୋଙ୍କୁ ୧୦୦୦ ୟୁରୋ ଏବଂ ଆଇନଗତ ଖର୍ଚ୍ଚ ଜରିମାନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri