ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ପ୍ୟାରିସ୍‌,୮ା୭:ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲି ସଦସ୍ୟଙ୍କ ସଂଖ୍ୟା ୫୭୭ ହୋଇଥିବାବେଳେ ମ୍ୟାଜିକ୍‌ ନମ୍ବର ହେଉଛି ୨୮୯। ସମସ୍ତ ୫୭୭ ଆସନ ପାଇଁ ଜୁନ୍‌ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୯ ନିୟୁତରୁ ଅଧିକାଂଶ ଯୋଗ୍ୟ ଭୋଟର ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି।
ଦେଶର ପ୍ରଥମ ପର୍ଯ୍ୟାୟ ଏବଂ ଜୁନ୍‌ ୯ରେ ଅନୁଷ୍ଠିତ ୟୁରୋପୀୟ ନିର୍ବାଚନରେ ମେରିନ୍‌ ଲି ପେନ୍‌ଙ୍କ ନ୍ୟାଶନାଲ ରାଲି ଭଲ ପ୍ରଦର୍ଶନ କରିଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଦଳର ସଫଳତାକୁ ନେଇ ଏହି ୫୫ ବର୍ଷୀୟା ନେତ୍ରୀ ଆଶାବାଦୀ। ତେବେ ତାଙ୍କ ଦଳକୁ ସଂଖ୍ୟାଗରିଷ୍ଠତା ହାସଲ ସହ ସରକାରକୁ ପୂର୍ଣ୍ଣ ନିୟନ୍ତ୍ରଣରୁ ଅଟକାଇବା ପାଇଁ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବାମପନ୍ଥୀଙ୍କ ନ୍ୟୁ ପପୁଲାର ଫ୍ରଣ୍ଟ ମେଣ୍ଟ ଏବଂ ମାକ୍‌ରଁଙ୍କ ରିନେସାଙ୍କ ଉଦ୍ୟମ ସତ୍ତ୍ୱେ ନ୍ୟାଶନାଲ ରାଲି ସଂଖ୍ୟାଗରିଷ୍ଠତା ହାସଲ କରିପାରେ। ଅନ୍ୟପକ୍ଷେ କେତେଜଣ ବିଶ୍ଳେଷକଙ୍କ ମତରେ ଝୁଲା ପାର୍ଲାମେଣ୍ଟ ସ୍ଥିତିରେ ଲି ପେନ୍‌ଙ୍କୁ ଆଉ କେତେକ ଛୋଟ ଦଳର ସମର୍ଥନ ହାସଲ କରିବାକୁ ପଡ଼ିବ।
ଲି ପେନ୍‌ଙ୍କ ପାର୍ଟି କ୍ଷମତାକୁ ଆସିଲେ ଜୋର୍ଡନ ବାର୍ଡେଲା ଦେଶର ସବୁଠୁ କନିଷ୍ଠ ପ୍ରଧାନମନ୍ତ୍ରୀ ହେବେ। ଏପରି ହେଲେ ମାକ୍‌ରଁ ଏକତରଫା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଆଣବିକ ଅସ୍ତ୍ର ସମ୍ପନ୍ନ ଫ୍ରାନ୍ସର ୟୁକ୍ରେନ୍‌ ଯୁଦ୍ଧ ନୀତି, ବୈଶ୍ୱିକ କୂଟନୀତି ଓ ୟୁରୋପର ଆର୍ଥିକ ସ୍ଥିରତା ପ୍ରଭାବିତ ହୋଇପାରେ। ଲି ପେନ୍‌ଙ୍କ ଦଳ ରାଷ୍ଟ୍ରପତି ଭାବେ ମାକ୍‌ରଁଙ୍କ ଅବଶିଷ୍ଟ ୩ ବର୍ଷର କାର୍ଯ୍ୟକାଳରେ ଅଡ଼ୁଆ ସାଜିପାରେ। ଏଥିଲାଗି ମାକ୍‌ରଁଙ୍କ ଚିନ୍ତା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri