ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି ଡାକନ୍ତି। ପରିବେଶ ସୁରକ୍ଷା, ବିଶ୍ୱ ଶାନ୍ତି ଭଳି ବିଭିନ୍ନ ବାର୍ତ୍ତା ନେଇ ୧୭ ବର୍ଷ ମଧ୍ୟରେ ସାରା ବିଶ୍ୱ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଜୋଜୋ। ତାଙ୍କର ଏହି ମିଶନ ଗତ ଜାନୁଆରୀ ୪ରୁ ଆରମ୍ଭ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଭ୍ରମଣ କରିସାରିଥିବା ବେଳେ ଏବେ ଆସି ପହଞ୍ଚିଯାଇଛନ୍ତି ଓଡ଼ିଶାର ଭୁବନେଶ୍ୱରରେ…