ତହସିଲଦାରଙ୍କ ଅସହଯୋଗରୁ ହୋଇପାରିଲାନି ଯୁଗ୍ମ ସର୍ଭେ: ବେଆଇନ ଜବରଦଖଲରେ କାଠଯୋଡ଼ି ନଦୀପଠା

କଟକ ସଦର, ୨୧।୧୦ (ସୁଶାନ୍ତ କୁମାର ଜେନା):କଟକ ସଦର ତହସିଲ ଅନ୍ତର୍ଗତ କାଠଯୋଡ଼ି ନଦୀପଠା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଯାଉଛି। ନଦୀର ଜଳଧାର ନିକଟରେ ଥିବା ପଠା ଜମିରେ ସୁନ୍ଦର ସୁନ୍ଦର କୋଠା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ୪୨ ମୌଜା ଅଞ୍ଚଳରେ ଜନବସତି ବୃଦ୍ଧି ପାଉଥିବାରୁ ଲୋକେ ନଦୀପଠାର ଉର୍ବର ଜମିରେ ଘର ନିର୍ମାଣ କରିବାକୁ ପଛାଉନାହାନ୍ତି। ଏହାଦ୍ୱାରା ନଦୀବନ୍ଧ ମରାମତି କାର୍ଯ୍ୟରେ ବାଧା ଉପୁଜୁଥିବା ଜଣାପଡ଼ିଛି।
ନଦୀପଠାରେ ଜବରଦଖଲ ସମସ୍ୟାର ସମାଧାନ ଏବଂ ଜମିର ସ୍ଥିତି ସ୍ପଷ୍ଟ କରିବା ପାଇଁ ଯୁଗ୍ମ ସର୍ଭେର ଆବଶ୍ୟକତା ରହିଛି। ଏଥିପାଇଁ ମହାନଦୀ ସାଉଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ କଟକ ସଦର ତହସିଲଦାରଙ୍କୁ ଚିଠି ଲେଖି ସର୍ଭେ କରିବାକୁ ଅନୁରୋଧ କରିଥିଲେ। ୨୦ ଜୁନ ୨୦୨୫ରେ ପତ୍ର ସଂଖ୍ୟା ୬୨୮୦ ମାଧ୍ୟମରେ ଏହି ଅନୁରୋଧ କରାଯାଇଥିଲା। କିନ୍ତୁ ଏକ ବର୍ଷରୁ ଅଧିକ ସମୟ ବିତିବା ସତ୍ତ୍ୱେ ଯୁଗ୍ମ ସର୍ଭେ ହୋଇପାରିନାହିଁ। ଏହି ବିଳମ୍ବ ପାଇଁ ତହସିଲଦାରଙ୍କ ଅସହଯୋଗକୁ ଦାୟୀ କରାଯାଇଛି। ଏପରିକି ଏହି ପ୍ରସଙ୍ଗରେ ରାଜନୈତିକ ଚାପ ଓ କ୍ରୋଧର ଶିକାର ହୋଇ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକୁ ଆଧାର କରି ନଦୀର ଜଳଧାର ନିକଟବର୍ତ୍ତୀ ଜମିର ବ୍ୟବହାର ଓ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିଛି। ସମ୍ପୃକ୍ତ ନିର୍ଦ୍ଦେଶ ଅନୁଯାୟୀ, ନଦୀ ଜଳଧାର ପାର୍ଶ୍ୱବର୍ତ୍ତୀ ଜମି ସରକାରୀ ହେଉ କି ବ୍ୟକ୍ତିଗତ ମାଲିକାନାରେ ଥାଉ, ତାହା ଜଳସେଚନ ବିଭାଗର ନିୟନ୍ତ୍ରଣାଧୀନ ରହିବ ବୋଲି ଦାବି କରାଯାଉଛି। ବ୍ୟକ୍ତିଗତ ମାଲିକାନାର ଜମିରେ ମଧ୍ୟ ସ୍ଥାୟୀ ନିର୍ମାଣ ଅବୈଧ ବିବେଚିତ ହେବ ଏବଂ ଏହି ଜମି କେବଳ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇପାରିବ ବୋଲି ଉଲ୍ଲେଖ ରହିଛି।
କାଠଯୋଡ଼ି ନଦୀପଠାରେ ବଢ଼ୁଥିବା ଜବରଦଖଲ ଏବଂ ଯୁଗ୍ମ ସର୍ଭେରେ ବିଳମ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ନଦୀବନ୍ଧର ସୁରକ୍ଷା ଓ ମରାମତି କାର୍ଯ୍ୟକୁ ସୁଗମ କରିବା ପାଇଁ ଜମିର ସଠିକ ଚିହ୍ନଟ ଏବଂ ପ୍ରଶାସନିକ ପଦକ୍ଷେପ ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ କଟକ ସଦର ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?