ଏମ୍‌ଏସ୍‌ଏମ୍‌ଇକୁ ବଞ୍ଚାଇବାକୁ ମିଳିତ ଉଦ୍ୟମ

ନୂଆଦିଲ୍ଲୀ,୩୦।୧: ଦେଶର ସମସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ର କୋଭିଡ୍‌ ମହାମାରୀରେ କବଳିତ ହେବା ପରେ ଉଦ୍ୟୋଗଗୁଡ଼ିକୁ ପ୍ରତିଯୋଗିତା ଓ ଉତ୍ପାଦନକ୍ଷମ କରିବାକୁ କ୍ରମେ ନିମ୍ନରୁ ଉଚ୍ଚ ମୂଲ୍ୟଯୁକ୍ତ କାର୍ଯ୍ୟକ୍ରମର ପ୍ରକ୍ରିୟା ଅନୁସରଣ କରାଯାଉଛି। ଏହା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରି ଅଧିକରୁ ଅଧିକ ଉତ୍ତମ ମାନର କର୍ମସଂସ୍ଥାନ ସୃଷ୍ଟି କରୁଛି। ଆନ୍ତର୍ଜାତିକ ଶ୍ରମ ସଂଗଠନ, କୋରିଆ ଆନ୍ତର୍ଜାତିକ ସମୟ ସଂସ୍ଥା (କୋଇକା) ର ସହାୟତା ଏବଂ ଆନ୍ଧ୍ର ଓ ଓଡ଼ିଶାର ସହଯୋଗିତାରେ କର୍ମସଂସ୍ଥାନ ଓ ପୋଷଣୀୟ ବିକାଶ ପାଇଁ ଏକ ବଜାରମୁଖୀ, ପ୍ରତିରୋଧୀ ଏବଂ ସମାବେଶୀ ଏମ୍‌ଏସ୍‌ଏମ୍‌ଇ ପରିବେଶ ସୃଷ୍ଟି କରିବା ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା। ଏହା ବିଶେଷ ଭାବେ ଏକ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ, ଭିଏତ୍‌ନାମ, ଇଣ୍ଡୋନେସିଆ ଏବଂ ବାଂଲାଦେଶ ଭଳି ରାଷ୍ଟ୍ର ଭାରତର ଆନ୍ଧ୍ର ଓ ଓଡ଼ିଶା ପାଇଁ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିବେ। ଏ ସମସ୍ତ ରାଷ୍ଟ୍ର କିପରି କୃଷି ଅର୍ଥନୀତିରୁ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛନ୍ତି, ତାହା ଆଲୋଚନାରେ ସ୍ଥାନ ପାଇଥିଲା। ବିଶେଷକରି କୋଭିଡ୍‌-୧୯ରେ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଉଦ୍ୟୋଗଗୁଡ଼ିକୁ କିପରି ପୁଣିଥରେ ପୁନର୍ଜୀବିତ କରି ସେଗୁଡ଼ିକୁ ପୋଷଣୀୟ ସଂସ୍ଥା ଭାବେ ବଞ୍ଚାଇ ରଖାଯାଇପାରିବ, ଯାହା ସ୍ଥାନୀୟ ନିଯୁକ୍ତି ସୁଯୋଗ ସହ ଏକ ଔଦ୍ୟୋଗିକ ପରିମଣ୍ଡଳ ସୃଷ୍ଟି କରିପାରୁଛି ସେ ସମ୍ପର୍କରେ ମତ ବିନିମୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri