କେନ୍ଦ୍ର ପ୍ରଦତ୍ତ ଅର୍ଥର ହିସାବ ଦେଲେ ଜୁଏଲ ଓରାମ

ମାଲକାନଗିରି,୧ା୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଗସ୍ତରେ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଶୁକ୍ରବାର ଜିଲା ସଦର ମହକୁମା ସର୍କିଟ ହାଉସଠାରେ ଏକ ଖବରଦତା ସମ୍ମିଳନୀରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଇଥିବା ଅର୍ଥର ହିସାବ ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ରାଜ୍ୟରୁ ଜଣେ ରାଜ୍ୟପାଳ, ୩ ଜଣ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଆମାନେ ଅବସ୍ଥାପିତ ହୋଇଛନ୍ତି। ଓଡ଼ିଶାରେ ଐତିହ୍ୟ ମାନ୍ୟତାପ୍ରାପ୍ତ ପାଇକ ସଂଗ୍ରାମୀ ସ୍ମାରକୀ ନିର୍ମାଣ, ଜଗନ୍ନାଥ ଧାମ, କୋଣାର୍କ ସୂର୍ଯ୍ୟମନ୍ଦିର, କୀର୍ତ୍ତିରାଜିର ସଂରକ୍ଷଣ ସହ ଅନେକ ମନ୍ଦିରର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ଶତାଧିକ କୋଟି ଟଙ୍କା ବିନିଯୋଗ କରିଛନ୍ତି ବୋଲି ସେ କହିଥିଲେ। ଏଥିସହ ପିଏମ୍‌ କିଷାନ ସମ୍ମାନ ଯୋଜନାରେ ଓଡ଼ିଶାର ୩୩ ଲକ୍ଷ ଚାଷୀଙ୍କୁ ୭୮୦୧ କୋଟି ଟଙ୍କା ପ୍ରଦାନ, ୯ ବର୍ଷ ମଧ୍ୟରେ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୩୧୦ରୁ ୨୧୮୩ ଟଙ୍କାକୁ ବୃଦ୍ଧି, ଚିନାବାଦାମ କୁଇଣ୍ଟାଲ ପିଛା ୬୭୭୩, ମୁଗଡାଲି କୁଇଣ୍ଟାଲ ପିଛା ୮୫୫୮ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ୨୧ ଲକ୍ଷ ଚାଷୀଙ୍କୁ ୪୪୨୫ ଟଙ୍କା ସହାୟତା ମିଳିଛି। ୪୩ ଲକ୍ଷ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, କୃଷିଋଣ ରିହାତି ପ୍ରଦାନ କରାଯାଇଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୭୪,୭୨୩ କି.ମି.ସଡ଼କ ନିର୍ମାଣ ହୋଇଛି। ୧୪୫୨ କି.ମି. ଜାତୀୟ ରାଜପଥ ନିର୍ମାଣ ହୋଇଛି। ଦିଘା, ଗୋପାଳପୁର, କୋଷ୍ଟାଲ ହାଇଓ୍ବେ ୪୫୧ କି.ମି. ରାସ୍ତା ନିମନ୍ତେ ୯ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଯୋଗାଇ ଦେଇଥିଲେ ମଧ୍ୟ ସରକାର ଜାଣିଶୁଣି ଏହି କାର୍ଯ୍ୟ ବିଳମ୍ବ କରୁଛନ୍ତି ବୋଲି ଜୁଏଲ ଅଭିଯୋଗ କରିଥିଲେ। କଟକ, ସମ୍ବଲପୁର ୫୫ ନମ୍ବର ରାଜ୍ୟ ରାଜପଥ ପାଇଁ ୪୫୦୦ କୋଟି ଟଙ୍କା, ଭାରତମାଳା ପରିଯୋଜନାରେ କୋରାପୁଟ, ନବରଙ୍ଗପୁର ଜିଲାରେ ୨୪୫ କି.ମି. ୪ଥାକିଆ ରାସ୍ତା ନିର୍ମାଣ, ଭୁବନେଶ୍ୱର, କଟକ ରିଂରୋଡ୍‌ ପରି ଯୋଜନାକୁ ଅର୍ଥ ବରାଦ, ଉଡ଼ାଜାହାଜ ଯୋଜନାରେ ୫ଟି ନୂଆ ବିମାନ ବନ୍ଦର, ୨୦୨୩-୨୪ ପାଇଁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ ସହ ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାକୁ ୫୧ ହଜାର ୨୩୭ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ। ଆଇଟିଆଇ ଭୁବନେଶ୍ୱର, ନାଇଜରର ସ୍ଥାୟୀ କ୍ୟାମ୍ପସ, ବ୍ରହ୍ମପୁରରେ ଆଇଜାର, ସମ୍ବଲପୁରରେ ଆଇଆଇଏମ୍‌, ୧୧୪ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଏମ୍‌ସ, ନିର୍‌ତାର ଓ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ପାଇଁ ମଧ୍ୟ ଅନୁଦାନ ପ୍ରଦାନ କରାଯାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟ ଗତ ୫ବର୍ଷ ମଧ୍ୟରେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କା ପାଇଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ପଞ୍ଚାୟତ, ଜିଲା ପରିଷଦ, ନଗରପାଳିକା ଓ ମହାନଗର ନିଗମ ପାଇଁ ଓଡ଼ିଶାକୁ ୮, ୮୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଓଡ଼ିଶାକୁ ୮, ୮୭୫ ଟଙ୍କା କେନ୍ଦ୍ରୀୟ ସହାୟତା ମିଳିଛି। କେନ୍ଦ୍ର ସରକାରଙ୍କ ଖଣି ନିୟମରେ ସଂଶୋଧନ ହେତୁ ଓଡ଼ିଶାକୁ ୪୯ ହଜାର କୋଟି ଟଙ୍କା ଖଣି ରାଜସ୍ବ ପ୍ରଦନ କରାଯାଇଛି। ଖଣି ଅଞ୍ଚଳର ବିକାଶ ଲାଗି ୧୮, ୭୩୦ କୋଟି ଟଙ୍କା ଓ କାମ୍ପା ଯୋଜନାକୁ ୬,୨୮୦ କୋଟି ଟଙ୍କା ଦିଆଯାଇଛି। ଗରିବ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ୧୮ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଘର ମିଳିସାରିଛି। ଆଉ ୯ ଲକ୍ଷ ୫୯ ହଜାର ଅଧିକ ଘର ପାଇଁ ଅନୁମୋଦନ ମିଳିଛି। ଓଡ଼ିଶାରେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ସ୍ବଚ୍ଛ ଭାରତ ନିର୍ମାଣ ଯୋଜନାରେ ୭୭ ହଜାର ପରିବାରଙ୍କୁ ମାଗଣା ଶୌଚାଳୟ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୫୪ ଲକ୍ଷ ପରିବାରକୁ ମାଗଣା ରନ୍ଧନ ଗ୍ୟାସ୍‌, ୨୪ ଲକ୍ଷ ପରିବାରଙ୍କୁ ମାଗଣା ବିଦ୍ୟୁତ୍‌ ସଂଯୋଗ, ଜଳ ଜୀବନ ମିଶନରେ ଓଡ଼ିଶାରେ ୫୩ ଲକ୍ଷ ପରିବାରଙ୍କୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଓଡ଼ିଶାକୁ ୨୬, ୧୬୬ କୋଟି ଟଙ୍କା ଅନୁଦାନ କେନ୍ଦ୍ର ସରକାର ଦେଇଥିବା ଜୁଏଲ କହିଥିଲେ। ତେବେ ଏହିସବୁ ଅର୍ଥ ରାଜ୍ୟ ସରକାର ବାଟମାରଣାକରି ନିଜସ୍ବ ପ୍ରକଳ୍ପକରି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ଅଭିଯୋଗ କରିଥିଲେ। ସେ ଏହି ଅବସରରେ ୫-ଟି ସଚିବଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ ଓ କାର୍ଯ୍ୟକ୍ରମକୁ ନେଇ ଏହା ଉଦ୍‌ବେଗର ବିଷୟ ବୋଲି କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁରର ପୂର୍ବତନ ଏମ୍‌ପି ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଜିଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ରାଜ୍ୟ ପ୍ରଭାରୀ ମଲ୍ଲିଜର ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri