Posted inଖେଳ

ସଚିନ, ପଣ୍ଟିଂଙ୍କୁ ପଛରେ ପକାଇଲେ ରୁଟ

ଆଡିଲେଡ୍‌,୧୯।୧୨: ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ସୁନିଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଗୋଟିଏ ବର୍ଷରେ ଟେଷ୍ଟ ଫର୍ମାଟରେ ୧,୬୦୦ରୁ ଅଧିକ ରନ୍‌ କରିବାରେ ସେ ବିଶ୍ୱର ଚତୁର୍ଥ କ୍ରିକେଟର। ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଆଶେସ ସିରିଜ୍‌ର ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟର ଉଭୟ ଇନିଂସରେ ରୁଟ୍‌ ୮୬ ରନ୍‌ କରିଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ଟେଷ୍ଟ ଫର୍ମାଟରେ ସେ ସଂଗ୍ରହ କରିଛନ୍ତି ୧,୬୩୦ ରନ୍‌।

ବ୍ରିସବେନ ଟେଷ୍ଟରେ ଶତକ ହାତଛଡ଼ା କରିଥିବା ରୁଟ୍‌ ୨୦୨୧ରେ ୧୪ ଟେଷ୍ଟରେ ୬୪.୨୪ ହାରରେ ୧୬୩୦ ରନ୍‌ କରିଛନ୍ତି। ଏଥିରେ ରହିଛି ୬ ଶତକ। ତାଙ୍କ ପୂର୍ବରୁ କେବଳ ପାକିସ୍ତାନର ମହମ୍ମଦ ୟୁସୁଫ (୨୦୦୬ରେ ୧,୭୮୮ ରନ୍‌), ଓ୍ବେଷ୍ଟଇଣ୍ଡିଜର ଭିଭିଆନ ରିଚାଡ୍ସ ( ୧୯୭୬ରେ ୧,୭୧୦) ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ (୨୦୦୮ରେ ୧,୬୫୬ ) ଗୋଟିଏ ବର୍ଷରେ ଟେଷ୍ଟ ଫର୍ମାଟରେ ୧୬୦୦ରୁ ଅଧିକ ରନ୍‌ କରିଥିଲେ। ୧୩ ବର୍ଷର ବ୍ୟବଧାନ ପରେ ଏହି ସ୍ବତନ୍ତ୍ର ତାଲିକାରେ ଚତୁର୍ଥ ବ୍ୟାଟର ଭାବେ ସ୍ଥାନ ପାଇଛନ୍ତି ରୁଟ୍‌। ଅନ୍ତିମ ଥର ୨୦୦୮ରେ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଗ୍ରେମ ସ୍ମଥ ୧୬୦୦ରୁ ଅଧିକ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ନେଇ ସିଧା ପିଟିଦେଲେ ଦୋକାନ ଘରେ, ଆଉ ତା’ ପରେ…

ବାସୁଦେବପୁର,୧୨ା୧(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁରଠାରେ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁଇ ବାଇକ୍‌ ଆରୋହୀ...

ଇଂଲଣ୍ଡରୁ ମାଆ ମୃତ୍ୟୁର ସ୍କ୍ରିପ୍ଟ ନେଇ ଆସିଲେ ପୁଅ, ଗୁହାଳରେ ରହି ହତ୍ୟା ପରେ ଘର ପାଣିଟାଙ୍କିରେ….

ନୂଆଦିଲ୍ଲୀ,୧୨ା୧: ହରିୟାଣାର ଯମୁନାନଗରରୁ ଏକ ଖବର ସାମ୍ନାକୁ, ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାହାଣୀଟି କୌଣସି ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ, କିନ୍ତୁ ଏହାର...

ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର

ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

ସିବିଆଇ ମୁଖ୍ୟାଳୟରେ ବିଜୟ ଥଲାପତି

ନୂଆଦିଲ୍ଲୀ,୧୨।୧: ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟ ଥଲାପତି ସୋମବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ଅବରରେ ବିଜୟଙ୍କୁ କରୁର ଦଳାଚକଟା ଘଟଣାରେ ସିବିଆଇ...

T20 World Cup 2026: ବାଂଲାଦେଶରେ ମ୍ୟାଚ ଆୟୋଜନ ପାଇଁ ଦାବି କଲା ପାକିସ୍ତାନ, ICCର ହେଲା ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁସ୍ତାଫିଜୁର ରହମାନକୁ ନେଇ ବିବାଦ ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ରିପୋର୍ଟ ହୋଇଛି ଯେ ପାକିସ୍ତାନ କ୍ରିକେଟ...

ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ...

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ...

ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…

ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri