କର୍ଲାମୁଣ୍ଡା,୧୮ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଭାଗୃହ୍ଠାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବିଡିଓ ଦେବେନ୍ଦ୍ର ସାମଲ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରିଆ, କର୍ଲାମୁଣ୍ଡା ‘ଖ’ ଜୋନ୍ ଜିଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ , କ. ଜୋନ୍ ଜିଲାପରିଷଦ ସଭ୍ୟ ମହେନ୍ଦ୍ର ରଣା,ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ନାଏକ ପ୍ରମୁଖ ଯୋଗ ଦେଇ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କିଭଳି ସ୍ବଚ୍ଛତା ଆଣିବା ସହ ଅଧିକରୁ ଅଧିକ ଲୋକ ସୁବିଧା ପାଇ ପାରିବେ ସେ ଉପରେ ଆଲୋଚନା କରିଥିଲେ। ଶିବିରରେ ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ବିଭାଗର କର୍ମଚାରୀ,ଜବ୍କାର୍ଡଧାରୀମାନେ ଉପସ୍ଥିତ ରହି ଶିବିରରେ ଅଂଶଗ୍ରହଣ କରିଥିଲେ।
ପ୍ରକାଶ ଥାଉକି, ଏହି ଶିବିରରେ ମୁଖ୍ୟତଃ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୨୦୨୪-୨୫ ଆର୍ଥିକ ବର୍ଷର ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ସଭାକାର୍ଯ୍ୟରେ ବ୍ଲକ ସୋସିଆଲ ଅଡିଟର (ବିଏସ୍ଏ) ଉତ୍ତମ କୁମାର ସାହୁ ସଂଯୋଜନା କରିଥିବାବେଳେ ଏସିପି ବିକାଶ ନାୟକ, ଏପିଓ ଲିଜା ବରିହାଙ୍କ ସମେତ ସମସ୍ତ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି, ଆକାଉଣ୍ଟାଣ୍ଟ୍ କମ୍ ଡିଇଓ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ।


