ରିଅଲମି ସହ ଜିଓର ସହଭାଗିତା

ନୂଆଦିଲ୍ଲୀ,୯।୧୨:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ରିଅଲମି ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଓ ପ୍ଲାଟ୍‌ଫର୍ମସ୍‌ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍‌ କହିଛନ୍ତି, ରିଅଲମି ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ। ବିଶେଷକରି ରିଅଲମି ୧୦ପ୍ରୋ+ ଭଳି ଶକ୍ତିଶାଳୀ ୫ଜି ସ୍ମାର୍ଟଫୋନ୍‌ର ଦକ୍ଷତାକୁ କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍‌ୱର୍କ ଜରିଆରେ ପ୍ରଦର୍ଶିତ କରାଯାଇପାରିବ। ଏପରିକି ଜିଓ ଟ୍ରୁ-୫ଜି ହେଉଛି ଭାରତ ସମେତ ବିଶ୍ୱର ସବୁଠୁ ଉନ୍ନତ ନେଟ୍‌ୱର୍କ ଭାବେ ପରିଗଣିତ ହେଉଛି। ସେହିଭଳି ରିଅଲ୍‌ମି ଇଣ୍ଡିଆର ସିଇଓ ମାଧବ ସେଠ୍‌ କହିଛନ୍ତି, ୫ଜି ଷ୍ଟାଣ୍ଡ୍‌-ଏଲୋନ୍‌, ଏନ୍‌ଆର୍‌ସିଏ, ବିଓଏନ୍‌ଆର୍‌ ଭଳି ପ୍ରଯୁକ୍ତି ଲାଗି ଜିଓ ସହ ରିଅଲ୍‌ମି ହାତ ମିଳାଇଛି। ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଜିଓ ସହ ସହଭାଗିତାରେ ରିଅଲ୍‌ମି ପକ୍ଷରୁ ନିର୍ଦ୍ଦିଷ୍ଟ କେତେକ ଶୋ’ରୁମ୍‌ରେ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍‌ ମଧ୍ୟ ସ୍ଥାପନ କରାଯାଇଛି।
ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଅପରେଟର ଯାହା, ଷ୍ଟାଣ୍ଡ୍‌-ଏଲୋନ୍‌ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରୁଛି। ଏପରିକି ଷ୍ଟାଣ୍ଡ୍‌-ଏଲୋନ୍‌ ୫ଜି ନେଟ୍‌ୱର୍କର ବିଶେଷତ୍ୱ ହେଉଛି, ଏହା ୪ଜି ନେଟ୍‌ୱର୍କ ଉପରେ ଆଦୌ ନିର୍ଭରଶୀଳ ନୁହେଁ। ବିଶେଷ କରି ଏହା ହାଇ ସ୍ପିଡ୍‌ ‘ଡାଟା ହାଇୱେ’ ମଧ୍ୟ ପ୍ରସ୍ତୁତ କରିଥାଏ।
ଉଲ୍ଲେଖଯୋଗ୍ୟ, ରିଅଲ୍‌ମି ପକ୍ଷରୁ ନୂଆ ୫ଜି ସ୍ମାର୍ଟଫୋନ୍‌ ୧୦ପ୍ରୋ ସିରିଜ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି, ଯାହାର ବଜାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଉକ୍ତ ସ୍ମାର୍ଟଫୋନ୍‌ର ବିକ୍ରି ଚଳିତ ମାସ ୧୪ରୁ ଆରମ୍ଭ ହେବ। ସେହିଭଳି ରିଅଲ୍‌ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହ ମିଶି କମ୍ପାନୀ ଅନେକ ପ୍ରକାର ବଣ୍ଡଲ୍‌ଡ ଅଫରର ମଧ୍ୟ ଶୁଭାରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୬.୫ କୋଟି ବାଣ୍ଟିଲା ନାବାର୍ଡ

ନୂଆଦିଲ୍ଲୀ,୭।୨:  ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ(ନାବାର୍ଡ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରର ବିକାଶ ନିମନ୍ତେ ପ୍ରାୟ ୩୦,୨୦୦ କୋଟି ଟଙ୍କା...

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

ନାଲ୍‌କୋ ଅଧ୍ୟକ୍ଷଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ

ଭୁବନେଶ୍ୱର,୧୮-୬:ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ ମିଳିଛି। ଉଲ୍ଲେଖନୀୟ ବୃତ୍ତିଗତ ସଫଳତା ଏବଂ ସାମାଜିକ ଅବଦାନ ଲାଗି ଚାନ୍ଦଙ୍କୁ...

ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ।...

‘କୋବ୍‌’ର ଏକ୍ସକ୍ଲୁସିଭ ଷ୍ଟୋର

କଟକ,୪।୧୦: ଦେଶର ପ୍ରମୁଖ ଗାର୍ମେଣ୍ଟ ଉତ୍ପାଦକ କମ୍ପାନୀ କୋବ୍‌ ପକ୍ଷରୁ ନିକଟରେ ସ୍ଥାନୀୟ ସିଡିଏ-୧ସ୍ଥିତ ଏସ୍‌ଜିବିଏଲ୍‌ ମେଗା ମାର୍ଟରେ ଏକ ବୃହତ୍‌ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି।...

ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌...

୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩-୧୨: ଦେଶରେ ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଥିବା ବେଳେ ଚଳିତ ନିଯୁକ୍ତି ପ୍ରଭାବିତ ସ୍ଥିତିରେ ରହିଛି। ଏହି ଧାରାରେ ଆସନ୍ତା...

ଏମ୍‌ଇଏମ୍‌ସି ଇନ୍‌ସ୍ପେକ୍ସନ୍‌ ଉଇକିର ଶୁଭାରମ୍ଭ

ନୂଆଦିଲ୍ଲୀ,୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍ସଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ (ଏଏମ୍‌ଆଇପିଏଲ୍‌) ଏବଂ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍‌) ର ଭୁବନେଶ୍ୱର...

Advertisement
Archives

Model This Week