ରିଅଲମି ସହ ଜିଓର ସହଭାଗିତା

ନୂଆଦିଲ୍ଲୀ,୯।୧୨:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ରିଅଲମି ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଓ ପ୍ଲାଟ୍‌ଫର୍ମସ୍‌ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍‌ କହିଛନ୍ତି, ରିଅଲମି ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ। ବିଶେଷକରି ରିଅଲମି ୧୦ପ୍ରୋ+ ଭଳି ଶକ୍ତିଶାଳୀ ୫ଜି ସ୍ମାର୍ଟଫୋନ୍‌ର ଦକ୍ଷତାକୁ କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍‌ୱର୍କ ଜରିଆରେ ପ୍ରଦର୍ଶିତ କରାଯାଇପାରିବ। ଏପରିକି ଜିଓ ଟ୍ରୁ-୫ଜି ହେଉଛି ଭାରତ ସମେତ ବିଶ୍ୱର ସବୁଠୁ ଉନ୍ନତ ନେଟ୍‌ୱର୍କ ଭାବେ ପରିଗଣିତ ହେଉଛି। ସେହିଭଳି ରିଅଲ୍‌ମି ଇଣ୍ଡିଆର ସିଇଓ ମାଧବ ସେଠ୍‌ କହିଛନ୍ତି, ୫ଜି ଷ୍ଟାଣ୍ଡ୍‌-ଏଲୋନ୍‌, ଏନ୍‌ଆର୍‌ସିଏ, ବିଓଏନ୍‌ଆର୍‌ ଭଳି ପ୍ରଯୁକ୍ତି ଲାଗି ଜିଓ ସହ ରିଅଲ୍‌ମି ହାତ ମିଳାଇଛି। ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଜିଓ ସହ ସହଭାଗିତାରେ ରିଅଲ୍‌ମି ପକ୍ଷରୁ ନିର୍ଦ୍ଦିଷ୍ଟ କେତେକ ଶୋ’ରୁମ୍‌ରେ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍‌ ମଧ୍ୟ ସ୍ଥାପନ କରାଯାଇଛି।
ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଅପରେଟର ଯାହା, ଷ୍ଟାଣ୍ଡ୍‌-ଏଲୋନ୍‌ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରୁଛି। ଏପରିକି ଷ୍ଟାଣ୍ଡ୍‌-ଏଲୋନ୍‌ ୫ଜି ନେଟ୍‌ୱର୍କର ବିଶେଷତ୍ୱ ହେଉଛି, ଏହା ୪ଜି ନେଟ୍‌ୱର୍କ ଉପରେ ଆଦୌ ନିର୍ଭରଶୀଳ ନୁହେଁ। ବିଶେଷ କରି ଏହା ହାଇ ସ୍ପିଡ୍‌ ‘ଡାଟା ହାଇୱେ’ ମଧ୍ୟ ପ୍ରସ୍ତୁତ କରିଥାଏ।
ଉଲ୍ଲେଖଯୋଗ୍ୟ, ରିଅଲ୍‌ମି ପକ୍ଷରୁ ନୂଆ ୫ଜି ସ୍ମାର୍ଟଫୋନ୍‌ ୧୦ପ୍ରୋ ସିରିଜ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି, ଯାହାର ବଜାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଉକ୍ତ ସ୍ମାର୍ଟଫୋନ୍‌ର ବିକ୍ରି ଚଳିତ ମାସ ୧୪ରୁ ଆରମ୍ଭ ହେବ। ସେହିଭଳି ରିଅଲ୍‌ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହ ମିଶି କମ୍ପାନୀ ଅନେକ ପ୍ରକାର ବଣ୍ଡଲ୍‌ଡ ଅଫରର ମଧ୍ୟ ଶୁଭାରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri