ଜିଓର ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ,୩୧।୧୦: ଦେଶର ପ୍ରମୁଖ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ଏକ ଅତ୍ୟାଧୁନିକ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ଆମ୍ବୁଲାନ୍ସରେ ଅନେକ ବୈଶିଷ୍ଟ୍ୟ ରହିଛି। ଏପରିକି ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟ ମଧ୍ୟରେ (ଡିଜିଟାଲ୍‌ ମାଧ୍ୟମରେ) ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରିକାଳୀନ ମେଡିକାଲ୍‌ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ରୋଗୀ ପାଇଁ ଆବଶ୍ୟକ ମେଡିକାଲ୍‌ ସୁବିଧା ଓ ପ୍ରସ୍ତୁତି ଡାକ୍ତରଖାନା ଓ ଡାକ୍ତରୀ ଟିମ ପକ୍ଷରୁ କରାଯାଇସାରିଥିବ।

ସେହିଭଳି ଆଗାମୀ ଭବିଷ୍ୟତରେ ମେଡିକାଲ୍‌ ଶିଳ୍ପର ଚେହେରା କେଉଁ ଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ହିଁ ସହଜରେ ଅନୁମାନ କରାଯାଇପାରିବ ବୋଲି ଜିଓ ପକ୍ଷରୁ କୁହାଯାଇଛି। ସେହିପରି ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା ମଧ୍ୟ କରିପାରିବେ। ଏହି ରୋବୋଟିକ୍‌ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ। ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍‌ ଭଳି ମୌଳିକ ମେଡିକାଲ୍‌ ଆବଶ୍ୟକତା ପାଇଁ ଗ୍ରାମାଞ୍ଚଳର ଲୋକଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ମଧ୍ୟ ହାସଲ କରିପାରିବେ।

ନିକଟରେ ରିଲାଏନ୍ସ ଜିଓର ୫ଜି ସେବାର ଶୁଭାରମ୍ଭ ହୋଇଯାଇଛି। ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍‌ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ଜିଓ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri