ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ମାଗଣା ହୋଇଯିବ। ପୂର୍ବରୁ ଅଫ୍‌ନେଟ କଲ ମାଗଣା ରହିଥିଲା। ଏବେ ଭଏସ୍‌ କଲ୍‌ ପାଇଁ ମଧ୍ୟ ଟଙ୍କା ଗଣିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜିଓ କହିଛି, ଟ୍ରାଇର ଆଦେଶ ଅନୁସାରେ ଏହି ଚାର୍ଜ ବନ୍ଦ କରାଯାଇଛି। ୨୦୧୯ ସେପ୍ଟେମ୍ବରଠାରୁ ଜିଓରୁ ଅନ୍ୟ ନେଟଓ୍ବାର୍କକୁ କଲ୍‌ କରିବାକୁ ନେଇ ଟଙ୍କା ନେବା ଆରମ୍ଭ କରିଥିଲା। ମାଗଣା ଅଫ୍‌ନେଟ୍‌ କଲିଂର ଅର୍ଥ ବିନା ପ୍ୟାକ୍‌ରେ ବ୍ୟବହାରକାରୀ କଲ୍‌ କରିପାରିବେ। ପ୍ଲାନ୍‌ ଭାଲିଡିଟି ଭିତରେ କୌଣସି ପ୍ରକାର କଲିଂର ଦେୟ ଦେବାକୁ ପଡ଼ିବ ନାହିଁ। ବିଶେଷକରି କମ୍ପାନୀ ଆଇୟୁସି ଚାର୍ଜ ହଟାଇଦେଇଛି। ତେବେ ଅନ୍ୟ କମ୍ପାନୀମାନେ ଏହାକୁ ହଟାଇବା ପରେ ପ୍ୟାକ୍‌ ଶସ୍ତା ହେବ।

ମାଗଣା ଭଏସ୍‌ କଲିଂର ସୁବିଧା ଥିବା ପ୍ଲାନର ମୂଲ୍ୟ ୧୨୯ରୁ ଆରମ୍ଭ ହେଉଛି। କେବଳ ଡାଟା ପାଇଁ ଗ୍ରାହକ ପଇସା ଦେବେ। ମାତ୍ର କଲିଂ ପାଇଁ କୌଣସି ଦେୟ ଦେବାକୁ ହେବନାହିଁ। ଏଥିପାଇଁ କେବଳ ଭାଲିଡିଟି ଥିବା ଆବଶ୍ୟକ। ଏବେ ୧୨୯ ଟଙ୍କାର ପ୍ୟାକ୍‌ରେ ଜିଓ ୨ ଜିବି ଡାଟା ଏବଂ ୨୮ ଦିନର ଭାଲିଡିଟି ଦେଉଛି। ଏହାଛଡ଼ା ୧୪୯ ଟଙ୍କାର ପ୍ୟାକ୍‌ରେ ୨୪ ଦିନର ଭାଲିଡିଟି ସହ ପ୍ରତ୍ୟେହ ୧ ଜିବି ଡାଟା ମିଳୁଛି। ୧୯୯ ପ୍ଲାନରେ ପ୍ରତ୍ୟେହ ୧.୫ ଜିବି ଡାଟା ମିଳୁଛି। ଏହାର ଭାଲିଡିଟି ୨୮ ଦିନ ରହିଛି। ସେହିଭଳି ୫୫୫ଟଙ୍କାର ପ୍ଲାନରେ ୮୪ ଦିନର ଭାଲିଡିଟି ଏବଂ ପ୍ରତ୍ୟେହ ୧.୫ ଜିବି ଡାଟା ଗ୍ରାହକଙ୍କୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri