ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ମାଗଣା ହୋଇଯିବ। ପୂର୍ବରୁ ଅଫ୍‌ନେଟ କଲ ମାଗଣା ରହିଥିଲା। ଏବେ ଭଏସ୍‌ କଲ୍‌ ପାଇଁ ମଧ୍ୟ ଟଙ୍କା ଗଣିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜିଓ କହିଛି, ଟ୍ରାଇର ଆଦେଶ ଅନୁସାରେ ଏହି ଚାର୍ଜ ବନ୍ଦ କରାଯାଇଛି। ୨୦୧୯ ସେପ୍ଟେମ୍ବରଠାରୁ ଜିଓରୁ ଅନ୍ୟ ନେଟଓ୍ବାର୍କକୁ କଲ୍‌ କରିବାକୁ ନେଇ ଟଙ୍କା ନେବା ଆରମ୍ଭ କରିଥିଲା। ମାଗଣା ଅଫ୍‌ନେଟ୍‌ କଲିଂର ଅର୍ଥ ବିନା ପ୍ୟାକ୍‌ରେ ବ୍ୟବହାରକାରୀ କଲ୍‌ କରିପାରିବେ। ପ୍ଲାନ୍‌ ଭାଲିଡିଟି ଭିତରେ କୌଣସି ପ୍ରକାର କଲିଂର ଦେୟ ଦେବାକୁ ପଡ଼ିବ ନାହିଁ। ବିଶେଷକରି କମ୍ପାନୀ ଆଇୟୁସି ଚାର୍ଜ ହଟାଇଦେଇଛି। ତେବେ ଅନ୍ୟ କମ୍ପାନୀମାନେ ଏହାକୁ ହଟାଇବା ପରେ ପ୍ୟାକ୍‌ ଶସ୍ତା ହେବ।

ମାଗଣା ଭଏସ୍‌ କଲିଂର ସୁବିଧା ଥିବା ପ୍ଲାନର ମୂଲ୍ୟ ୧୨୯ରୁ ଆରମ୍ଭ ହେଉଛି। କେବଳ ଡାଟା ପାଇଁ ଗ୍ରାହକ ପଇସା ଦେବେ। ମାତ୍ର କଲିଂ ପାଇଁ କୌଣସି ଦେୟ ଦେବାକୁ ହେବନାହିଁ। ଏଥିପାଇଁ କେବଳ ଭାଲିଡିଟି ଥିବା ଆବଶ୍ୟକ। ଏବେ ୧୨୯ ଟଙ୍କାର ପ୍ୟାକ୍‌ରେ ଜିଓ ୨ ଜିବି ଡାଟା ଏବଂ ୨୮ ଦିନର ଭାଲିଡିଟି ଦେଉଛି। ଏହାଛଡ଼ା ୧୪୯ ଟଙ୍କାର ପ୍ୟାକ୍‌ରେ ୨୪ ଦିନର ଭାଲିଡିଟି ସହ ପ୍ରତ୍ୟେହ ୧ ଜିବି ଡାଟା ମିଳୁଛି। ୧୯୯ ପ୍ଲାନରେ ପ୍ରତ୍ୟେହ ୧.୫ ଜିବି ଡାଟା ମିଳୁଛି। ଏହାର ଭାଲିଡିଟି ୨୮ ଦିନ ରହିଛି। ସେହିଭଳି ୫୫୫ଟଙ୍କାର ପ୍ଲାନରେ ୮୪ ଦିନର ଭାଲିଡିଟି ଏବଂ ପ୍ରତ୍ୟେହ ୧.୫ ଜିବି ଡାଟା ଗ୍ରାହକଙ୍କୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭରରେ ତ୍ରୁଟି ପାଇଁ ଦ୍ୱିତୀୟ ଦିନ ଏୟାର ଇଣ୍ଡିଆର ୧୩୭ ବିମାନ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ,୨୯-୪: ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ଦୂର ହେଉନାହିଁ। ଶନିବାର ସର୍ଭର ସଫ୍ଟଓ୍ବେରରେ ଦେଖାଦେଇଥିବା ତ୍ରୁଟିର ପ୍ରଭାବ ଯୋଗୁ ୧୪୯ ବିମାନ ଯାତ୍ରା ପ୍ରଭାବିତ ହୋଇଥିବା...

୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍‌-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି।...

ଜାହାଜ କଣ୍ଟେନର ରହିଣି ଶୁଳ୍କ ଆଦାୟ ହେବନି

ନୂଆଦିଲ୍ଲୀ,୩୦। ୩: ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦରଗୁଡିକରେ କଣ୍ଟେନର ରହଣି ଶୁଳ୍କ ଆଦାୟ ନ କରିବା ଲାଗି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ...

ଆଜି ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ...

ଟୁଇଟର୍‌ ପୁଣି ଆରମ୍ଭ କଲା ‘ବ୍ଲୁ ଟିକ୍‌ ଭେରିଫିକେଶନ୍‌’ ପ୍ରକ୍ରିୟା: ଜାଣନ୍ତୁ କିଭଳି ପାଇବେ…

ନୂଆଦିଲ୍ଲୀ,୨୨।୧: ବ୍ଲୁ ଟିକ୍‌ ଦେବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରିଛି। ୨୦୧୭ରେ ଏହି ସେବାକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଥିଲା।...

ଆଜି ଠାରୁ ଖୋଲିବ ହୋଟେଲ ଶିଳ୍ପ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ହୋଟେଲ ଶିଳ୍ପକୁ ବନ୍ଦ କରିଦେଇଥିଲେ। ଏହି ସଂକ୍ରମଣର ଭୟାବହତା କାରଣରୁ...

ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ...

ରେଲଓ୍ବେ ଆଣିବ ପ୍ରଥମ ପଡ୍‌ ହୋଟେଲ

ମୁମ୍ବାଇ,୨୪-୩: ଭାରତୀୟ ରେଳପଥ ପକ୍ଷରୁ ଦେଶର ପ୍ରଥମ ପଡ୍‌ ହୋଟେଲ ବା କ୍ୟାପସୁଲ ରୁମ୍‌ ବିଶିଷ୍ଟ ହୋଟେଲ ମୁମ୍ବାଇରେ ସ୍ଥାପନ କରାଯିବ। ମୁମ୍ବାଇର ସେଣ୍ଟ୍ରାଲ ରେଲଓ୍ବେ...

Advertisement
Archives

Model This Week