ଜିଓଫୋନ୍‌ ନେକ୍ସଟ୍‌ର ଓଡ଼ିଶା ବଜାର ପ୍ରବେଶ

ଭୁବନେଶ୍ୱର,୫।୩: ଗୁଗଲ୍‌ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌ ଜିଓଫୋନ୍‌ ନେକ୍ସଟ ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସେହିଭଳି ଏହି ଫୋନ ରାଜ୍ୟର ୭୦୦୦ରୁ ଅଧିକ ମୋବାଇଲ ଷ୍ଟୋର୍‌ ସମେତ ଜିଓ ଷ୍ଟୋର୍‌, ଜିଓ ପଏଣ୍ଟ, ରିଲାଏନ୍ସ ଡିଜିଟାଲ ଷ୍ଟୋର୍‌ ଏବଂ ଜିଓ ସେଣ୍ଟର ଆଦିରେ ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବର୍ଗରେ ସବୁଠୁ ସୁଲଭ ସ୍ମାର୍ଟଫୋନ୍‌ ଭାବେ ପରିଚିତ ଜିଓଫୋନ୍‌ ନେକ୍ସଟ୍‌ର ମୂଲ୍ୟ ୬,୪୯୯ ଟଙ୍କା ରହିଛି। ସେହିପରି ସ୍ବଳ୍ପ ମାସିକ କିସ୍ତିରେ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମାତ୍ର ୧,୯୯୯ ଟଙ୍କା ଦେଇ ଜିଓଫୋନ୍‌ ନେକ୍ସଟ୍‌ କିଣିପାରିବେ ଏବଂ ଅବଶିଷ୍ଟ ଟଙ୍କା ୧୮ କିମ୍ବା ୨୪ ମାସର ସହଜ କିସ୍ତି (ଇଏମ୍‌ଆଇ) ଆକାରରେ ମଧ୍ୟ ଦେଇପାରିବେ। ସାରା ଦେଶର ନିୟୁତାଧିକ ଗ୍ରାହକଙ୍କ ସ୍ବତନ୍ତ୍ର ଆବଶ୍ୟକତାକୁ ନଜରରେ ରଖି ଉଭୟ ଗୁଗଲ୍‌ ଓ ଜିଓ ମିଳିତ ଭାବେ ଏହି ଅପରେଟିଂ ସିଷ୍ଟମ ବିକଶିତ କରିଛନ୍ତି। ଜିଓ ଫୋନ୍‌ ନେକ୍ସଟ୍‌ ରେ ୫.୪୫ ଇଞ୍ଚର ଏଚ୍‌ଡି ଡିସ୍‌ପ୍ଲେ ମଲ୍‌ଟି ଟଚ୍‌ ସ୍କ୍ରିନ୍‌, କର୍ନିଂ ଗୋରିଲା ଗ୍ଲାସ୍‌ ଥ୍ରି, ପୂର୍ବରୁ ଲୋଡ୍‌ ହୋଇଥିବା ଅପ୍ଟିମାଇଜ୍‌ଡ ଜିଓ ଓ ଗୁଗଲ୍‌ର ଆପ୍‌ ସମୂହ, ଶକ୍ତିଶାଳୀ ୧୩ ମେଗାପିକ୍ସେଲ୍‌ କ୍ୟାମେରା, ୮ମେଗାପିକ୍ସେଲ୍‌ ସେଲ୍‌ଫି କ୍ୟାମେରା ସହିତ ବିଲ୍‌ଟ ଇନ୍‌ ଫିଲ୍‌ଟର ଓ ସ୍ବଳ୍ପ ଆଲୋକରେ ଫଟୋ ଉଠାଇବା ସୁବିଧା, ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରି, କ୍ୱାଲ୍‌କମ୍‌ ସ୍ନାପ୍‌ ଡ୍ରାଗନ୍‌ କ୍ୟୁ ଏମ୍‌ ୨୧୫ ପ୍ରୋସେସର, ୨ଜିବି ରାମ୍‌, ୩୨ଜିବି ଆଭ୍ୟନ୍ତରୀଣ ମେମୋରି, ୫୧୨ ଜିବି ପର୍ଯ୍ୟନ୍ତର ବାହ୍ୟ ମେମୋରି ଲାଗି ସ୍ବତନ୍ତ୍ର ସ୍ଲଟ୍‌, ସ୍ବୟଂକ୍ରିୟ ସଫ୍ଟଓ୍ବେର ଓ ସିକ୍ୟୁରିଟି ଅପ୍‌ଡେଟ୍‌ ସୁବିଧା, ବ୍ଲୁଟୁଥ୍‌, ୱାଇଫାଇ, ହଟ୍‌ସ୍ପଟ୍‌, ଓଟିଜି ସହାୟତା, ଲାଇଟ୍‌ ସେନ୍‌ସର ଓ ପ୍ରକ୍ସିମିଟି ସେନ୍‌ସର ଆଦି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri